ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ : ଅଖିଳେଶ ଯାଦବ

Published: Feb 1, 2020, 3:10 pm IST

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ ମଧ୍ୟ ବଜେଟ୍‌କୁ ନେଇ ସମାଲୋଚନା କରିଛନ୍ତି । ସେହିପରି କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ନିର୍ମଳା ସୀତାରମଣ ବଜେଟର ଗଣିତ ବୁଝାଇବାରେ ଅସଫଳ ରହିଛନ୍ତି । (ଏଜେନ୍ସି)

Related posts