Categories
ଜାତୀୟ ଖବର ବିଶେଷ ଖବର

୧୬ଟି ଲୋକସଭା ଆସନ ପାଇଁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କଲା ଏସପି: ୟୁପିରେ ଯାଦବ ପରିବାରର ୩ ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ ସର୍ବପ୍ରତମେ ସମାଜବାଦୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୧୬ ଜଣ ପ୍ରାର୍ଥୀ ଅଛନ୍ତି। ଯାଦବ ପରିବାରର ୩ ଜଣ ପ୍ରାର୍ଥୀ ଅଛନ୍ତି। ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମୁଲାୟମ ସିଂହ ଯାଦବଙ୍କ ଆସନ ମୈନପୁରୀରୁ ନିର୍ବାଚନ ଲଢ଼ିବେ । ଡିମ୍ପଲ ଏବେବି ସେଠାରୁ ସାଂସଦ ଅଛନ୍ତି।

ଅନ୍ୟ ପ୍ରାର୍ଥୀମାନେ ହେଲେ ବଦାୟୁଁରୁ ଧର୍ମେନ୍ଦ୍ର ଯାଦବ, ଲକ୍ଷ୍ନୌରୁ ରବିଦାସ ମେହରୋତ୍ରା, ଫୈଜାବାଦରୁ ଅବଧେଶ ପ୍ରସାଦ, ଆମ୍ବେଦକର ନଗରରୁ ଲାଲଜି ବର୍ମା, ବସ୍ତିରୁ ରାମ ପ୍ରସାଦ ଚୌଧୁରୀ ଏବଂ ଗୋରଖପୁରରୁ କାଜଲ ନିଶାଦ।

ଯାଦବ ପରିବାରର ୩ ପ୍ରାର୍ଥୀ ତାଲିକାରେ

ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ମୈନପୁରୀର, ପ୍ରଫେସର ଫିରୋଜାବାଦରୁ ପ୍ରଫେସର ରାମଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ଯାଦବ ଓ ଅଖିଳେଶଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବ ବଦାୟୁନରୁ ପ୍ରାର୍ଥୀ ହେବେ। ପ୍ରଥମ ତାଲିକାରେ ଜଣେ ମୁସଲମାନ, ଜଣେ କ୍ଷତ୍ରିୟ, ଜଣେ ଏସସି, ୨ ଖତ୍ରୀ, ୨ ଶାକ୍ୟ ଓ ଓବିସି ପ୍ରାର୍ଥୀ ରହିଛନ୍ତି। ଏଥିରେ ଦୁଇଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି।

ବଦାୟୁଁକୁ ଫେରିଲେ ଧର୍ମେନ୍ଦ୍ର ଯାଦବ

ମୁଲାୟମଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କୁ ପୁଣି ଥରେ ବଦାୟୁଁରୁ ସପା ପ୍ରାର୍ଥୀ କରିଛି। ଧର୍ମେନ୍ଦ୍ର ଯାଦବଙ୍କୁ ଦୁଇଟି ବଡ଼ ରାଜନୈତିକ ଝଟକା ଦେଇ ଗତି କରିବାକୁ ପଡ଼ିଛି। ୨୦୧୯ରେ ଧର୍ମେନ୍ଦ୍ର ଯାଦବ ବଦାୟୁଁରୁ ଡ. ସଂଘମିତ୍ରା ମୌର୍ଯ୍ୟଙ୍କଠାରୁ ପରାସ୍ତ ହୋଇଥିଲେ।

ଦ୍ୱିତୀୟ ଝଟକା ଆଜମଗଡ଼ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା। ଯେତେବେଳେ ଅଖିଳେଶ ଯାଦବ କରହଲ ବିଧାନସଭା ଆସନ ଜିତିବା କାରଣରୁ ଆଜମଗଡ଼ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ଏଠାରେ ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା।

ମୁଲାୟମ ସିଂହ ଯାଦବଙ୍କ କାରଣରୁ ଆଜମଗଡ଼ ଆସନ ଯାଦବ ପରିବାରର ଆସନ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଉପନିର୍ବାଚନରେ ବିଜେପିର ଦିନେଶ ଲାଲ ନିରହୁଆଙ୍କୁ ଧର୍ମେନ୍ଦ୍ର ଯାଦବଙ୍କଠାରୁ ଅତି କଡ଼ା ଟକ୍କରରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
କାଜଲ ନିଶାଦ ଜଣେ ଭୋଜପୁରୀ କଥାଚିତ୍ର ଅଭିନେତ୍ରୀ।

କାଜଲ ନିଶାଦ ଭୋଜପୁରୀ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ। କାଜଲ ନିଶାଦ ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ଗୁଜୁରାଟର କଚ୍ଛରୁ ଆସିଥିଲେ ମଧ୍ୟ ମୁମ୍ବାଇରେ ବସବାସ କରିଛନ୍ତି।

କାଜଲ ଗୋରଖପୁରର ଭୌଆପର ଗାଁରେ ରହୁଥିବା ଭୋଜପୁରୀ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନିଶାଦଙ୍କୁ ବିବାହ କରିଛନ୍ତି। ଟିଭି ଧାରାବାହିକ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା କାଜଲ ନିଶାଦ ୨୦୧୨ ଓ ୨୦୨୨ରେ ପରାଜୟ ପରେ ତୃତୀୟ ଥର ପାଇଁ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

ଫିରୋଜାବାଦରୁ ଟିକେଟ ପାଇଲେ ଅକ୍ଷୟ ଯାଦବ

୨୦୧୯ ଲୋକସଭା ନିର୍ବାଚନରେ ଶିବପାଲ ଯାଦବ ୯୧୮୬୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଯଦି ଏହି ଭୋଟ୍ ଅକ୍ଷୟଙ୍କୁ ମିଳିଥାନ୍ତା ଏବଂ ଯଦି କାକା ଶିବପାଲ ଅଖିଳେଶଙ୍କ ସହ ଥାଆନ୍ତେ, ତେବେ ସପା ଫିରୋଜାବାଦ ଆସନକୁ ବଞ୍ଚାଇ ପାରିଥାନ୍ତା। ଗତ ନିର୍ବାଚନରେ ଶିବପାଲ ତାଙ୍କ ପ୍ରସପ ବ୍ୟାନରରେ ଫିରୋଜାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ସମାଜବାଦୀ ପାର୍ଟିର ଅକ୍ଷୟ ଯାଦବଙ୍କୁ ପରାସ୍ତ କରି ବିଜେପି ଏହି ଆସନରେ ବିଜୟୀ ହୋଇଥିଲା। ଯଦି ଶିବପାଲ ଯାଦବ ଲଢ଼େଇରେ ନ ଥାନ୍ତେ ତେବେ ଅକ୍ଷୟ ଏଠାରେ ବିଜୟୀ ହୋଇଥାନ୍ତେ ବୋଲି ସ୍ପଷ୍ଟ ହୋଇଥିଲା।

ମୈନପୁରୀରୁ ଟିକେଟ ପାଇଲେ ଡିମ୍ପଲ ଯାଦବ

ଡିମ୍ପଲ ଯାଦବଙ୍କୁ ପୁଣି ଥରେ ମୈନପୁରୀରୁ ଏସପି ପ୍ରାର୍ଥୀ କରାଯାଇଛି। ଡିସେମ୍ବର ୨୦୨୨ରେ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ବୋହୂ ଡିମ୍ପଲ ଯାଦବଙ୍କୁ ସମାଜବାଦୀ ପାର୍ଟି ଲୋକସଭା ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ମୈନପୁରୀ ଉପନିର୍ବାଚନରେ ବିଜେପି ବନାମ ଅଖିଳେଶ ଯାଦବଙ୍କ ପାରିବାରିକ ଲଢ଼େଇର ଅନ୍ତ ଘଟିଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଡିମ୍ପଲ ଯାଦବ ୬ ଲକ୍ଷରୁ ଅଧିକ ଅର୍ଥାତ୍ ୬୪% ଭୋଟ୍ ପାଇଛନ୍ତି।

ଏସପି-କଂଗ୍ରେସ ଆସନ ବୁଝାମଣା ପୂର୍ବରୁ ଘୋଷଣା ହେଲା ଟିକେଟ

ଉତ୍ତରପ୍ରଦେଶରେ ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସ୍ପଷ୍ଟ ହେବା ପୂର୍ବରୁ ସପା ଟିକେଟ ଘୋଷଣା କରିଛି। ଅଖିଳେଶ ଯାଦବ ଦୁଇଦିନ ତଳେ ଟ୍ୱିଟ୍ କରି କହିଥିଲେ ଯେ କଂଗ୍ରେସ ଉତ୍ତରପ୍ରଦେଶର ୧୧ଟି ଆସନରେ ଲୋକସଭା ନିର୍ବାଚନ ଲଢ଼ିବ। କଂଗ୍ରେସ ସହ ଆମର ସୌହାର୍ଦ୍ଦ୍ୟପୂର୍ଣ୍ଣ ମେଣ୍ଟ ୧୧ଟି ଶକ୍ତିଶାଳୀ ଆସନ ସହ ଭଲ ଆରମ୍ଭ କରୁଛି। ବିଜୟ ସମୀକରଣ ସହିତ ଏହି ସିରିଜ ଆହୁରି ଆଗକୁ ଯିବ।

ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଏହା ଉପରେ କହିଥିଲେ ଯେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ। ବର୍ତ୍ତମାନ ଉଭୟ ଦଳ ମଧ୍ୟରେ ସକାରାତ୍ମକ ଓ ଉତ୍ତମ ବାତାବରଣରେ କଥାବାର୍ତ୍ତା ଚାଲିଛି।

ଅଖିଳେଶ ଯାଦବଙ୍କ ଟ୍ୱିଟ୍: ୬୦ଟି ଆସନରେ ଲଢ଼ିବ ଏସପି

ଏହା ପୂର୍ବରୁ ଜାନୁଆରୀ ୧୯ରେ ଅଖିଳେଶ ଯାଦବ ଆରଏଲଡିକୁ ୭ଟି ଆସନ ଦେବାକୁ ଘୋଷଣା କରିଥିଲେ। ସେହିପରି ଅପନା ଦଳ କାମେରୱାଡ଼ି ଓ ଚନ୍ଦ୍ରଶେଖରଙ୍କ ଦଳକୁ ୧-୧ଟି ଆସନ ଦେଇପାରେ। ଏଭଳି ସ୍ଥିତିରେ ଏସପି ବାକି ୬୦ଟି ଆସନରେ ଲଢ଼ିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମୋବାଇଲ୍‌ ବ୍ୟାନ୍‌କୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶଠାରେ କରୋନା ରୋଗୀ ମୋବାଇଲ୍‌ ରଖିପାରିବେ ନାହିଁ ବୋଲି କଟକଣା ଜାରି ହେବା ପରେ ସାମଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋବାଇଲରେ କଟକଣା ଲଗାଇବା ପରିବର୍ତ୍ତେ ସାନିଟାଇଜେସନ୍‌କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଅଖିଳେଶ ଯାଦବ ଟୁଇଟ୍‌ କରି କହିଛନ୍ତି ଯେ, ଯଦି ମୋବାଇଲ୍‌ ଯୋଗୁଁ ସଂକ୍ରମଣ ବ୍ୟାପୁଛି, ତେବେ ଦେଶରେ ଏହା ପୂରା ବ୍ୟାନ୍‌ କରାଯିବା ଉଚିତ୍‌। ହସ୍ପିଟାଲର ଦୁର୍ବ୍ୟବସ୍ଥା ତଥା ଦୁର୍ଦ୍ଦଶା ଲୋକଙ୍କ ପାଖରେ ନ ପହଞ୍ଚିବା ପାଇଁ ଏଥିପାଇଁ ପ୍ରତିବନ୍ଧକ ଲଗାଯାଇଛି। ମୋବାଇଲ୍‌କୁ ବ୍ୟାନ୍‌ ନ କରିଏହାକୁ ସାନିଟାଇଜେସନ୍‌ କରିବା ଉଚିତ୍‌ ବୋଲି କହିଛନ୍ତି ଅଖିଳେଶ।

ଉତ୍ତର ପ୍ରଦେଶର ଡିଜି (ମେଡିକାଲ) କେକେ ଗୁପ୍ତା କରେନା ସଂକ୍ରମିତ ରୋଗୀଙ୍କୁ ପାଖରେ ମୋବାଇଲ ନରଖିବାକୁ ପରାମର୍ଶ ଦେଇଛନ୍ତି। କରୋନା ରୋଗୀ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି ସେ କଟକଣା ଜାରି କରିଛନ୍ତି। କରୋନା ରୋଗୀ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି ସେ କଟକଣା ଜାରି କରାଯାଇଛି।  କରୋନା ୱାର୍ଡରେ ନୂତନ ବ୍ୟବସ୍ଥା ଅନୁସାରେ ହସ୍ପିଟାଲର ପ୍ରଭାରୀଙ୍କ ପାଖରେ 2ଟି ମୋବାଇଲ ରହିବ । ୱାର୍ଡର ପ୍ରଭାରୀ ରୋଗୀଙ୍କର ସଂପର୍କୀୟମାନଙ୍କ ସହିତ କଥା ହୋଇ ଖବର ରଖିପାରିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ କରୋନା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା 6ହଜାର 17ରେ ପହଞ୍ଚିଛି । ସେହିପରି ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ତିନିହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି ରାଜ୍ୟରେ ମୋଟ୍‌ 155 ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀବାସୀ ଧର୍ମକୁ ନୁହେଁ ବିକାଶକୁ ଭୋଟ ଦେଇଛନ୍ତି : ଅଖିଳେଶ ଯାଦବ

ଉତ୍ତରପ୍ରଦେଶ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଥିବାବେଳେ ଏବେ କେବଳ ଅପେକ୍ଷା ଆସନ୍ତା 11 ତାରିଖକୁ ନିର୍ବାଚନୀ ପରିଣାମ ପାଇଁ । ତେବେ ବୁଥ୍‌ ବାହୁଡା ମତରୁ ଜଣାପଡିଛି ଯେ, ପୁଣି ଥରେ ଦିଲ୍ଲୀରେ କେଜରୀଓ୍ବାଲ ସରକାର ବହୁ ମତ ପାଇ ସରକାର ଗଠନ କରୁଛନ୍ତି । ସେହିପରି ବିଜେପିକୁ ଆଶାଠାରୁ କମ୍‌ ଭୋଟ ମିଳୁଛି । ଏକଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ। ଅଖିଳେଶ ଯାଦବ କହିଛନ୍ତି ଯେ, କେଜରୀଓ୍ବାଲ ବହୁମତ ନେଇ ସରକାରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦିଲ୍ଲୀର ଜନତା ହିନ୍ଦୁ ମୁସଲମାନଙ୍କ ନାମରେ ନୁହେଁ ବରଂ ବିକାଶ ନାମରେ ଭୋଟ ଦେଇଛନ୍ତି । ଏବେ ବିଜେପି ଯେଉଁଠି ଯେଉଁଠି ନିର୍ବାଚନ ଲଢିବ, ସେଇଠି ସେଇଠି ହାରିବ । ବାରାବଙ୍କିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଖିଳେଶ ଏହା କହିଛନ୍ତି । ଚାଷୀ ପ୍ରସଙ୍ଗ ନେଇ ଆମେ ପୂରା ଜୋରସୋର୍‌ ସହ ସରକାରଙ୍କ ସହ ଲଢେ କରୁଛୁ। ଏହି ଅବସରରେ ଅଖିଳେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଯେବେ ସଦନରେ ବେରୋଜଗାରୀ ଉପରେ ପ୍ରଶ୍ନ କରାଯାଉଛି, ସେତେବେଳେ ମୋଦି ସୂର୍ଯ୍ୟ ନମସ୍କାରର କଥା କହୁଛନ୍ତି। ନାମ ବଦଳିବାର ପରମ୍ପରାକୁ ନେଇ ଯୋଗୀ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଏଠାରେ କେବଳ ନାମ ବଦଳାଇଦେଲେ କିଛି ବଦଳିବ ନାହିଁ । ସେହିପରି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଚର୍ଚ୍ଚା ଉପରେ କହିଛନ୍ତି ଯେ, ଜନତା ଏବେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ : ଅଖିଳେଶ ଯାଦବ

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ ମଧ୍ୟ ବଜେଟ୍‌କୁ ନେଇ ସମାଲୋଚନା କରିଛନ୍ତି । ସେହିପରି କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ନିର୍ମଳା ସୀତାରମଣ ବଜେଟର ଗଣିତ ବୁଝାଇବାରେ ଅସଫଳ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଦୁର୍ବଳ ଆଇନ ବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ଅଖିଳେଶ ଯାଦବ

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ ବୃଦ୍ଧି ପାଇଛି, ସେଥିପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଖିଳେଶ। ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ୍‌ ମୁଖ୍ୟ ମାନଙ୍କୁ ବଦଳି କରାଇବା ପରେ ୟୁପିରେ ଜଙ୍ଗଲରାଜ ଚାଲିଛି ବୋଲି କହିଛନ୍ତି ଅଖିଳେଶ। ଅଖିଳେଶଙ୍କ ସହିତ ବରିଷ୍ଠ ନେତା ଅହମଦ୍‌ ହାସନ୍‌ ରାଜ୍ୟପାଳଙ୍କୁ ଭେଟିଥିଲେ।