ଦିଲ୍ଲୀବାସୀ ଧର୍ମକୁ ନୁହେଁ ବିକାଶକୁ ଭୋଟ ଦେଇଛନ୍ତି : ଅଖିଳେଶ ଯାଦବ

Published: Feb 9, 2020, 2:56 pm IST

ଉତ୍ତରପ୍ରଦେଶ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଥିବାବେଳେ ଏବେ କେବଳ ଅପେକ୍ଷା ଆସନ୍ତା 11 ତାରିଖକୁ ନିର୍ବାଚନୀ ପରିଣାମ ପାଇଁ । ତେବେ ବୁଥ୍‌ ବାହୁଡା ମତରୁ ଜଣାପଡିଛି ଯେ, ପୁଣି ଥରେ ଦିଲ୍ଲୀରେ କେଜରୀଓ୍ବାଲ ସରକାର ବହୁ ମତ ପାଇ ସରକାର ଗଠନ କରୁଛନ୍ତି । ସେହିପରି ବିଜେପିକୁ ଆଶାଠାରୁ କମ୍‌ ଭୋଟ ମିଳୁଛି । ଏକଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ। ଅଖିଳେଶ ଯାଦବ କହିଛନ୍ତି ଯେ, କେଜରୀଓ୍ବାଲ ବହୁମତ ନେଇ ସରକାରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦିଲ୍ଲୀର ଜନତା ହିନ୍ଦୁ ମୁସଲମାନଙ୍କ ନାମରେ ନୁହେଁ ବରଂ ବିକାଶ ନାମରେ ଭୋଟ ଦେଇଛନ୍ତି । ଏବେ ବିଜେପି ଯେଉଁଠି ଯେଉଁଠି ନିର୍ବାଚନ ଲଢିବ, ସେଇଠି ସେଇଠି ହାରିବ । ବାରାବଙ୍କିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଖିଳେଶ ଏହା କହିଛନ୍ତି । ଚାଷୀ ପ୍ରସଙ୍ଗ ନେଇ ଆମେ ପୂରା ଜୋରସୋର୍‌ ସହ ସରକାରଙ୍କ ସହ ଲଢେ କରୁଛୁ। ଏହି ଅବସରରେ ଅଖିଳେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଯେବେ ସଦନରେ ବେରୋଜଗାରୀ ଉପରେ ପ୍ରଶ୍ନ କରାଯାଉଛି, ସେତେବେଳେ ମୋଦି ସୂର୍ଯ୍ୟ ନମସ୍କାରର କଥା କହୁଛନ୍ତି। ନାମ ବଦଳିବାର ପରମ୍ପରାକୁ ନେଇ ଯୋଗୀ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଏଠାରେ କେବଳ ନାମ ବଦଳାଇଦେଲେ କିଛି ବଦଳିବ ନାହିଁ । ସେହିପରି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଚର୍ଚ୍ଚା ଉପରେ କହିଛନ୍ତି ଯେ, ଜନତା ଏବେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି ।

Related posts