ମୋବାଇଲ୍‌ ବ୍ୟାନ୍‌କୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

Published: May 24, 2020, 2:41 pm IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶଠାରେ କରୋନା ରୋଗୀ ମୋବାଇଲ୍‌ ରଖିପାରିବେ ନାହିଁ ବୋଲି କଟକଣା ଜାରି ହେବା ପରେ ସାମଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋବାଇଲରେ କଟକଣା ଲଗାଇବା ପରିବର୍ତ୍ତେ ସାନିଟାଇଜେସନ୍‌କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଅଖିଳେଶ ଯାଦବ ଟୁଇଟ୍‌ କରି କହିଛନ୍ତି ଯେ, ଯଦି ମୋବାଇଲ୍‌ ଯୋଗୁଁ ସଂକ୍ରମଣ ବ୍ୟାପୁଛି, ତେବେ ଦେଶରେ ଏହା ପୂରା ବ୍ୟାନ୍‌ କରାଯିବା ଉଚିତ୍‌। ହସ୍ପିଟାଲର ଦୁର୍ବ୍ୟବସ୍ଥା ତଥା ଦୁର୍ଦ୍ଦଶା ଲୋକଙ୍କ ପାଖରେ ନ ପହଞ୍ଚିବା ପାଇଁ ଏଥିପାଇଁ ପ୍ରତିବନ୍ଧକ ଲଗାଯାଇଛି। ମୋବାଇଲ୍‌କୁ ବ୍ୟାନ୍‌ ନ କରିଏହାକୁ ସାନିଟାଇଜେସନ୍‌ କରିବା ଉଚିତ୍‌ ବୋଲି କହିଛନ୍ତି ଅଖିଳେଶ।

ଉତ୍ତର ପ୍ରଦେଶର ଡିଜି (ମେଡିକାଲ) କେକେ ଗୁପ୍ତା କରେନା ସଂକ୍ରମିତ ରୋଗୀଙ୍କୁ ପାଖରେ ମୋବାଇଲ ନରଖିବାକୁ ପରାମର୍ଶ ଦେଇଛନ୍ତି। କରୋନା ରୋଗୀ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି ସେ କଟକଣା ଜାରି କରିଛନ୍ତି। କରୋନା ରୋଗୀ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି ସେ କଟକଣା ଜାରି କରାଯାଇଛି।  କରୋନା ୱାର୍ଡରେ ନୂତନ ବ୍ୟବସ୍ଥା ଅନୁସାରେ ହସ୍ପିଟାଲର ପ୍ରଭାରୀଙ୍କ ପାଖରେ 2ଟି ମୋବାଇଲ ରହିବ । ୱାର୍ଡର ପ୍ରଭାରୀ ରୋଗୀଙ୍କର ସଂପର୍କୀୟମାନଙ୍କ ସହିତ କଥା ହୋଇ ଖବର ରଖିପାରିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ କରୋନା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା 6ହଜାର 17ରେ ପହଞ୍ଚିଛି । ସେହିପରି ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ତିନିହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି ରାଜ୍ୟରେ ମୋଟ୍‌ 155 ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)

Related posts