Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ୍ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍, ହଂକଂକୁ ପଛରେ ପକାଇ ହାସଲ କଲା ମାଇଲଖୁଣ୍ଟ

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଭାରତୀୟ ଷ୍ଟକ୍ ବଜାର ଏକ ନୂତନ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ସୋମବାର ଷ୍ଟକ୍ ମାର୍କେଟ୍ ବନ୍ଦ ହେବା ପରେ ଘରୋଇ ବଜାରରେ ତାଲିକାଭୁକ୍ତ ଏକ୍ସଚେଞ୍ଜର ମିଳିତ ବଜାର କ୍ୟାପ୍ 4.33 ଟ୍ରିଲିୟନ ଡଲାରକୁ ଛୁଇଁଛି। ତୁଳନାତ୍ମକ ଭାବରେ, ହଂକଂର ଷ୍ଟକ୍ ମାର୍କେଟର ବଜାର କ୍ୟାପ୍ 4.29 ଟ୍ରିଲିୟନ ଡଲାର ସ୍ତରରେ ରହିଛି।

ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଏହି ଖବର ଆସିଛି। ଦେଶର ଷ୍ଟକ୍ ମାର୍କେଟ ଏବଂ ଏହାର ନିବେଶକମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା ଏବଂ ଏହି ଖବର ଘରୋଇ ନିବେଶକଙ୍କ ତଥା ଭାରତର ଅଭିବୃଦ୍ଧି କାହାଣୀ ଉପରେ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି।

ଭାରତୀୟ ଷ୍ଟକ୍ ମାର୍କେଟ୍ 5 ଡିସେମ୍ବର 2023 ରେ ପ୍ରଥମ ଥର ପାଇଁ 4 ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ୍ ଐତିହାସିକ ଶିଖରକୁ ଛୁଇଁଲା। ଇକ୍ୱିଟି ବଜାରରେ ଖୁଚୁରା ନିବେଶକଙ୍କ କ୍ରମାଗତ ଭାବରେ ବୃଦ୍ଧି ହେତୁ ଷ୍ଟକ୍ ମାର୍କେଟର ପୁଞ୍ଜି ବିନିଯୋଗ ପରିସର ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଷ୍ଟକ୍ ମାର୍କେଟରେ ଗୋଟିଏ ପରେ ଗୋଟିଏ ଚମତ୍କାର ରାଲି ଦେଖାଯାଉଛି।

Categories
ଆଜିର ଖବର ବ୍ୟବସାୟ

200 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ନିଫ୍‌ଟୀ ସ୍ଥିର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ତଳକୁ ଖସିଥିବା ବେଳେ ସେନସେକ୍ସ ମଧ୍ୟ ତଳୁଆ ରହିଥିଲା । ମାତ୍ର ବୁଧବାର ନିବେଶକଙ୍କ ପାଇଁ ଖୁସି ଖବର । ବୁଧବାର ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 69 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 285 ପଏଣ୍ଟ ଉପରକୁ ଉଠିଥିବା ବେଳେ ଏହା 34142 ପଏଣ୍ଟରେ ପହଞ୍ଚିଛି । ନିଫ୍‌ଟୀ ଏହି ସମୟରେ ସ୍ଥିର ରହିଥିବା ବେଳେ 69 ପଏଣ୍ଟ ଉପରକୁ ଉଠିବା ସହିତ ଏହା 10115.70 ପଏଣ୍ଟରେ ପହଞ୍ଚିଛି । ଭାରତୀ ଇନ୍‌ଫ୍ରାଟେଲ୍‌ ଅଂଶଧନ ମୂଲ୍ୟରେ 2.23 ପ୍ରତିଶତ ଉପରକୁ ଉଠିଥିବା ବେଳେ ଶ୍ରୀ ସିମେଣ୍ଟର ଅଂଶଧନ ମୂଲ୍ୟରେ 1.92 ପ୍ରତିଶତ ଏବଂ ଏଚ୍‌ଡିଏଫ୍‌ସି ଅଂଶଧନ ମୂଲ୍ୟରେ 1.83 ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଟାଟା ଷ୍ଟିଲ୍‌, ଟାଟା ମୋଟର୍ସ ଏବଂ ଜେଏସ୍‌ଡବ୍ଲ୍ୟୁର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି ।

ଏହି ସମୟରେ ଏସିଆନ୍‌ ସେୟାର ବଜାର ଗ୍ରୀନ୍‌ରେ ରହିଛି । ଜାପାନର ନିକ୍କି 0.14 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ତାଇଓ୍ବାନର 0.54 ଏବଂ ହଂକଂର 0.55 ପ୍ରତିଶତ ଉପରକୁ ଉଠିଛି । କୋସ୍ପି 0.19 ପ୍ରତିଶତ ଉପରକୁ ଉଠିଥିବା ବେଳେ ନାସ୍‌ଡାକ୍‌ 0.29 ପ୍ରତିଶତ ଉପରକୁ ଉଠିଛି । ଡିଓଡବ୍ଲ୍ୟୁ ଏହି ସମୟରେ 1.09 ପ୍ରତିଶତ ତଳକୁ ଖସିଥିବା ବେଳେ ଏସ୍‌ ଆଣ୍ଡ ପି 500 0.78 ପ୍ରତିଶତ ତଳକୁ ଖସିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ 40.55 ଡଲାର ରହିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

100 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3 ପ୍ରତିଶତର ଅଭିବୃଦ୍ଧି

ମୁମ୍ବାଇ : ବୁଧବାର 100 ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । 100 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 30671.28 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟି 20.25 ପଏଣ୍ଟର ଅଭିବୃଦ୍ଧି ସହିତ 9049.30 ପଏଣ୍ଟରେ ପହଞ୍ଚିଛି । ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3.21 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ କୋଟାକ ମହିନ୍ଦ୍ରା 2.37 ପ୍ରତିଶତ ଏବଂ ୟୁପିଏଲ୍‌ 1.90 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏହି ସମୟରେ ବଜାଜକ ଫିନସର୍ଭ ସବୁଠାରୁ ଅଧିକ କ୍ଷତି ସହିଛି । ବଜାଜ୍‌ ଫିନସର୍ଭ 2.08 ପ୍ରତିଶତର ହ୍ରାସ ଘଟିଥିବା ବେଳେ ଏମ୍‌ ଆଣ୍ଡ ଏମ୍‌ 1.82 ପ୍ରତିଶତ ଏବଂ ଟାଇଟାନ 1.56 ପ୍ରତିଶତର କ୍ଷତି ସହିଛି ।

ଏସିଆନ୍‌ ସେୟାର ବଜାର ଏହି ସମୟରେ ମିଶ୍ରିତ ପ୍ରଦର୍ଶନ କରିଛି । ଜାପାନ୍‌ର ନିକ୍କି 0.84 ପ୍ରତିଶତ ଉପରକୁ ଉଠିଥିବା ବେଳେ ସାଙ୍ଘାଇ କମ୍ପୋଜିଟ୍‌ 0.05 ତଳକୁ ଖସିଛି । ତାଇଓ୍ବାନ ସେୟାର ବଜାର 0.27 ପ୍ରତିଶତ ଉପରକୁ ଉଠିଥିବା ବେଳେ ହଂକଂର ହାଙ୍ଗସେଙ୍ଗ 0.39 ପ୍ରତିଶତ ତଳକୁ ଖସିଛି । ଦକ୍ଷିଣ କୋରିଆର କୋସ୍ପି ଆଡଭାନ୍ସଡ୍‌ 0.18 ପ୍ରତିଶତ ଉପରକୁ ଉଠିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ 0.33 ପ୍ରତିଶତ ତଳକୁ ଖସିଛି । ଅଶୋଧିତ ତୈଳର ମୂଲ୍ୟ 34.18 ଡଲାର ରହିଛି । (

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସେନସେକ୍ସରେ 1000 ପଏଣ୍ଟର ଅଭିବୃଦ୍ଧି : 9800 ଅତିକ୍ରମ କଲା ନିଫ୍‌ଟୀ

ମୁମ୍ବାଇ : କରୋନା ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଗୁରୁବାର ଭାରତୀୟ ସେୟାର ବଜାର ଉପରକୁ ଉଠିଛି । ଗୁରୁବାର ସେନ୍‌ସେକ୍ସ 1000 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେନ୍‌ସେକ୍ସରେ 3.09 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ 1011.38 ପଏଣ୍ଟ ବୃଦ୍ଧି ଘଟି 33778.34 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟୀରେ ମଧ୍ୟ 301.20 ପଏଣ୍ଟର ଅଭିବୃଦ୍ଧି ଘଟିଥିବା ବେଳେ ଏହା 9854.55 ପଏଣ୍ଟରେ ପହଞ୍ଚିଛି । ଆମେରିକୀୟ ବୈଜ୍ଞାନିକଙ୍କମ ପକ୍ଷରୁ କରୋନା ଔଷଧର ଟ୍ରାଏଲ୍‌ ଖବର ଆସିବା ପରେ ଏସିଆନ୍‌ ଟ୍ରେଡିଂ ପ୍ରଥମ ଥର ପାଇଁ ଗ୍ରୀନ୍‌ରେ ଶେଷ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

650 ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ନିଫ୍‌ଟୀ ସ୍ଥିର

ମୁମ୍ବାଇ : କରୋନା ଭାଇରସ୍‌ ପ୍ରଭାବରେ ଭାରତୀୟ ସେୟାର ବଜାର ନିୟମିତ ଭାବରେ ତଳକୁ ଖସୁଥିବା ବେଳେ ସୋମବାର ଏହ 650 ପଏଣ୍ଟ ତଳକୁ ଖସିଛି । ଗୁରୁବାର ଭାରତୀୟ ସେୟାର ବଜାର ପ୍ରାୟ 4.23 ପ୍ରତିଶତର ହାସଲ କରିଥିବା ବେଳେ ସୋମବାର ମଧ୍ୟ ସମାନ ଫଳ ଆଶା ରଖାଯାଇଥିଲା । ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିବାରୁ ଭାରତୀୟ ସେୟାର ବଜାର ତଳକୁ ଖସିଥିଲା । ଏହି ସମୟରେ ସେନସେକ୍ସ 650 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ ମାତ୍ର 36 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 685.47 ପଏଣ୍ଟ ତଳକୁ ଖସିବା ସହିତ 30474.15 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 36.1 ପଏଣ୍ଟର ଅଭିବୃଦ୍ଧି ସହିତ 9103 ପଏଣ୍ଟରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଦଲାଲ୍‌ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ : 15 ମିନିଟ୍‌ରେ 12 ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : ଦଲାଲ୍ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ ପ୍ରଭାବରେ ନିବେଶକଙ୍କୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କୋରୋନା ଭାଇରସ୍‌ ପ୍ରଭାବରେ ସପ୍ତାହର ଅନ୍ତିମ ଦିନରେ ସେୟାର ବଜାର ତଳୁଆ ରହିଛି । ସପ୍ତାହର ଅନ୍ତିମ ଦିନର ଟ୍ରେଡିଂରେ ନିବେଶକ ମାନେ 15 ମିନିଟ୍‌ରେ 12 ଲକ୍ଷ କୋଟି ହରାଇଛନ୍ତି । ଦିନର ଆରମ୍ଭରୁ ବଜାର ନକରାତ୍ମକ ଥିବାରୁ ପ୍ରାୟ 45 ମିନିଟ୍‌ ଧରି ଟ୍ରେଡିଂ ବନ୍ଦ ରହିଥିଲା । 10.05ରେ ପୁନର୍ବାର ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ସବୁଠାରୁ ତଳେ ରହିଥିଲା । ଇଣ୍ଟ୍ରାଡେ ଟ୍ରେଡିଂରେ ଏହା ସର୍ବାଧିକ ପରିମାଣର ହ୍ରାସ । ସେନସେକ୍ସରେ 9.43 ପ୍ରତିଶତର ହ୍ରାସ ଘଟିଥିବା ବେଳେ ନିଫ୍‌ଟୀରେ 10 ପ୍ରତିଶତର ହ୍ରାସ ଘଟିଥିଲା । ସେନ୍‌ସେକ୍ସ 3090 ପଏଣ୍ଟ ତଳକୁ ଖସିବା ସହିତ 29687.52 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀରେ 1000 ପଏଣ୍ଟର ହ୍ରାସ ଘଟି 8700 ପଏଣ୍ଟରେ ପହଞ୍ଚିଥିଲା । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

5 ମିନିଟ୍‌ରେ 5 ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : 5 ମିନିଟ୍‌ରେ 5 ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ 9.15ରେ ଖୋଲିଥିବା ବେଳେ 5 ମିନିଟ୍‌ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍‌ଟୀରେ 3 ପ୍ରତିଶତର ହ୍ରାସ ଘଟିଥିଲା । 5 ମିନିଟ୍‌ ମଧ୍ୟରେ ସେନ୍‌ସେକ୍ସରେ 1200 ପଏଣ୍ଟ ଏବଂ ନିଫ୍‌ଟୀ 343 ପଏଣ୍ଟ ତଳକୁ ଖସିଥିଲା । ବଜାରରେ ନିବେଶ କରୁଥିବା ନିବେଶକ ମାନେ ଏହା ଦ୍ବାରା 5 ଲକ୍ଷ କୋଟିର କ୍ଷତି ସହିଛନ୍ତି । ବିଗତ 5ଟି ଟ୍ରେଡିଂ ସେଶନରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଥିବା ବେଳେ ଶୁକ୍ରବାର ମାତ୍ର 5 ମିନିଟ୍‌ ମଧ୍ୟରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଛନ୍ତି ।

ଏହି ସମୟରେ ଟାଟା ଷ୍ଟିଲ୍‌ ସର୍ବାଧିକ କ୍ଷତି ସହିଛି । ଟାଟା ଷ୍ଟିଲର ଅଂଶଧନ ମୂଲ୍ୟରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଟେକ୍‌ ମହିନ୍ଦ୍ରା ଅଂଶଧନ ମୂଲ୍ୟରେ 5 ପ୍ରତିଶତ ହ୍ରାସ ଘଟିଛି । ଅନ୍ୟମାନଙ୍କ ମଧ୍ୟରେ ବଜାଜ ଫାଇନାନ୍ସ,, ଏଚ୍‌ସିଏଲ୍‌ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଂଶଧନ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ।

ବଜାରର ଏହି ବିପରୀତ ଗତି ସମୟରେ କିଛି କମ୍ପାନୀର ଅଂଶଧନ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଇଣ୍ଡିଆ ସିମେଣ୍ଟସ୍‌ର ଅଂଶଧନ ମୂଲ୍ୟରେ ସର୍ବାଧିକ 35 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଦିଓ୍ବାନ୍‌ ହାଉସିଂ ଫାଇନାନ୍ସ ଅଂଶଧନ ମୂଲ୍ୟରେ 27 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ ସୁଜ୍‌ଲୋନ୍‌ର ଅଂଶଧନ ମୂଲ୍ୟରେ 25 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହି ସମୟରେ ବିଦେଶୀ ଅଂଶଧନ ବିକ୍ରି ପରିମାଣ 9389 କୋଟିରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

କୋରୋନା ପ୍ରଭାବରେ ଡୁବିଲା ସେୟାର ବଜାର

ମୁମ୍ବାଇ : ଭାରତୀୟ ସେୟାର ବଜାର କୋରୋନା ଭାଇରସ୍‌ ଦ୍ବାରା ପୁନର୍ବାର ପ୍ରଭାବିତ ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିବା ସହିତ ଶୁକ୍ରବାର 1300 ପଏଣ୍ଟ ତଳକୁ ଖସିଛି । 13 ଶହ ପଏଣ୍ଟ ତଳକୁ ଖସିବା ସହିତ ସେନସେକ୍ସ 38590.50 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟୀ 346.5 ପଏଣ୍ଟ ତଳକୁ ଖସି 11286.50 ପଏଣ୍ଟରେ ପହଞ୍ଚିଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଅର୍ଥନୀତିରେ ଶୀଥିଳତା ଦେଖାଦେଇଛି । ଗତକାଲି ଆମେରିକୀୟ ସେୟାର ବଜାର ମଧ୍ୟ 1000 ପଏଣ୍ଟରୁ ତଳକୁ ଖସିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସେୟାର ବଜାର ଉପରେ ବଜେଟ୍‌ର ପ୍ରଭାବ : 700 ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍‌ ଫିନ୍‌ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍‌ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।

Categories
ଆଜିର ଖବର

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଗତକାଲି ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି । (ଏଜେନ୍ସୀ)

Categories
ଆଜିର ଖବର ବ୍ୟବସାୟ

ଭାରତ ବନ୍ଦର ପ୍ରଭାବରେ 350 ପଏଣ୍ଟ ତଳକୁ ଖସିଲା ସେୟାର ବଜାର

ମୁମ୍ବାଇ : ଇରାନ୍‌-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ଆଜି ପୁନର୍ବାର ସେୟାର ବଜାର ତଳକୁ ଖସିବା ସହିତ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ବୁଧବାର ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେନସେକ୍ସ 342 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ 100 ପଏଣ୍ଟ ତଳକୁ ଖସିଛି । ସେନ୍‌ସେକ୍ସ 40554.24 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 11951.35 ପଏଣ୍ଟରେ ରହିଛି । ଏଲ୍‌ଆଣ୍ଡଟିର ଅଂଶଧନ ମୁଲ୍ୟରେ ସର୍ବାଧିକ 1.47 ପ୍ରତିଶତ ହ୍ରାସ ଘଟିଛି । (ଏଜେନ୍ସୀ)

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ସେୟାର ବଜାର ଉପର ତୈଳଦରର ପ୍ରଭାବ : 700 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ,06/01: ଇରାନ୍‌ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଏହି ପ୍ରଭାବରେ ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ନିବେଶକଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ସେନସେକ୍ସ 700 ପଏଣ୍ଟ ତଳକୁ ଖସି 40830.72 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 195.55 ପଏଣ୍ଟ ତଳକୁ ଖସି 12031.10 ପଏଣ୍ଟରେ ପହଞ୍ଚିଛି । ଇରାନ୍‌ ବିଶ୍ବର ତୈଳ ବଜାରକୁ ନିୟନ୍ତ୍ରଣ କରୁଥିବା ବେଳେ ଆମେରିକା ସହିତ ଆକ୍ରମଣ ସମ୍ଭବନା ଫଳରେ ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ସେହିପରି ଡଲାର ମୂଲ୍ୟ ତୁଳନାରେ ଭାରତୀୟ ମୁଦ୍ରା 25 ପଇସା ଦୁର୍ବଳ ହୋଇଛି । (ଏଜେନ୍ସୀ)

Categories
ଆଜିର ଖବର

41 ହଜାର ପଏଣ୍ଟ ସହିତ ନୂତନ ମାଇଲଖୁଣ୍ଟ ଛୁଇଁଲା ସେନସେକ୍ସ

ଭାରତୀୟ ସେୟାର ବଜାର ମଙ୍ଗଳବାର ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଥର ପାଇଁ ସେନସେକ୍ସ 41 ହଜାର ପଏଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର 200 ପଏଣ୍ଟ ବୃଦ୍ଧି ସହିତ ସେନ୍‌ସେକ୍ସ 41 ହଜାର ପଏଣ୍ଟ ଛୁଇଁଛି । ଏହା ସହିତ ନିଫ୍‌ଟୀ ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । 204 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41093.64 ପଏଣ୍ଟରେ ପହଞ୍ଚିଥିବା ବେଳେ 50 ପଏଣ୍ଟର ଅଭିବୃଦ୍ଧି ସହିତ 12123.75 ପଏଣ୍ଟରେ ପହଞ୍ଚିଛି । ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ.,ଇନ୍‌ଫୋସିସ୍‌ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହି ସମୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟ ସର୍ବାଧିକ 4.47 ପ୍ରତିଶତ ଉପରକୁ ଉଠିଛି । ସେହିପରି ଡଲାର ତୁଳନାରେ ପଇସାର ମୂଲ୍ୟ 4 ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଡଲାରର ମୂଲ୍ୟ 71.68 ପଇସା ରହିଥିବା ବେଳେ ମଙ୍ଗଳବାର 71.72 ପଇସା ରହିଛି ।

Categories
ଆଜିର ଖବର

300 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ

ଭାରତୀୟ ସେୟାର ବଜାରରେ ଅଦ୍ଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି । ସେନ୍‌ସେକ୍ସ 300 ପଏଣ୍ଟ ଉପରକୁ ଉଠିବା ସହିତ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । 346 ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ 40816 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟି 50 ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । ଏହି ସମୟରେ ରିଲାଏନ୍ସ ସବୁଠାରୁ ଅଧିକ ଲାଭ ହାସଲକାରୀ କମ୍ପାନୀ ରହିଥିଲା । ରିଲାଏନ୍ସର ଅଂଶଧନ ମୂଲ୍ୟରେ 4.05 ପ୍ରତିଶତ ଅଭିବୃଦ୍ଧି ଘଟିଛି । ରିଲାଏନ୍ସ ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ଡ.ରେଡ୍ଡୀ, ଏଲ୍‌ ଆଣ୍ଡଟି ଏବଂ କୋଲ ଇଣ୍ଡିଆର ଅଂଶଧନରେ ନିବେଶକଙ୍କୁ ଫାଇଦା ମିଳିଥିଲା ।

Categories
ଆଜିର ଖବର

ସେନସେକ୍ସ ଉପରେ ବାୟୁର ପ୍ରଭାବ : ୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ସାମୁଦ୍ରିକ ଝଡ ବାୟୁର ପ୍ରଭାବ ସେୟାର ବଜାର ଉପରେ ଅନୁଭୂତ ହୋଇଛି। ବିଗତ ପାଞ୍ଚ ଦିନ ଧରି ସବୁଜ ରହିଥିବା ଶେୟାର ବଜାର ଆଜି ଲାଲକୁ ଆସିଛି। ସେନସେକ୍ସ ଏହି ସମୟରେ ୧୦୦ ପଏଣ୍ଟ ତଳକୁ ଖସି ଆସିଥିବା ବେଳେ ନିଫ୍‌ଟୀ ୩୦ ପଏଣ୍ଟ ତଳକୁ ଖସି ଆସିଛି। ସେନସେକ୍ସ ୧୩୦.୩୫ ପଏଣ୍ଟ ହ୍ରାସ ପାଇବା ସହିତ ୩୯୬୨୬.୪୬ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୩୫.୯୦ ପଏଣ୍ଟ ତଳକୁ ଖସି ୧୧୮୭୦.୩୦ ପଏଣ୍ଟରେ ରହିଛି। ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ବେଦାନ୍ତ, ଟାଟା ଷ୍ଟିଲ, ଏବଂ ଟାଟା ମୋଟର୍ସର ଅଂଶଧନ ମୂଲ୍ୟ ହ୍ରାସ ପାଇଥିବା ବେଳେ ଏଲ୍‌ ଆଣ୍ଡ ଟି, ଟିସିଏସ୍, ଆକ୍ସିସ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି।

Categories
ଆଜିର ଖବର

ସେନ୍‌ସେକ୍ସରେ ୯୦୦ ପଏଣ୍ଟ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମଜବୁତ

ଭାରତୀୟ ନିର୍ବାଚନର ଫଳାଫଳ ପୂର୍ବାନୂମାନ (ଏକ୍ସିଟ୍‌ ପୋଲ୍‌)ର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ଏନ୍‌ଡିଏକୁ ବହୁମତ ମିଳିବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ସେନ୍‌ସେକ୍ସରେ ୯୦୦ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ନିଫ୍‌ଟୀରେ ମଧ୍ୟ ୨୬୦ ପଏଣ୍ଟର ଅଭିବୃଦ୍ଧି ଘଟିଛି। ଶୁକ୍ରବାର ଦିନ ବିଏସ୍‌ଇର ସେନ୍‌ସେକ୍ସରେ ୫୩୭.୨୯ ପଏଣ୍ଟ ବୃଦ୍ଧି ଘଟିଥିବା ବେଳେ ଏହା ୩୭୯୩୦.୭୭ ପଏଣ୍ଟରେ ରହିଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍‌ଟି ୫୦ରେ ୧୫୦.୦୫ ପଏଣ୍ଟ ବୃଦ୍ଧି ୧୧୪୦୭.୧୫ ପଏଣ୍ଟ ରହିଥିଲା। ସୋମବାର ବଜାର ଖୋଲିବା ପରଠାରୁ ସେନସେକ୍ସ ଏବଂ ନିଫ୍‌ଟୀ ବଢିଆ ଅଭିବୃଦ୍ଧି ହାସଲ କରିଥିଲେ। ସେନସେକ୍ସ ସୋମବାରର ପ୍ରଥମ ଘଣ୍ଟାରେ ୩୮୮୯୨ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ ୧୧୭୦୦ ପଏଣ୍ଟ ଛୁଇଁଛି। ଏହି ସମୟରେ ଭାରତୀୟ ବଜାର ୨ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ଡଲାର ତୁଳନାରେ ୭୯ ପଇସା ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା। ପୂର୍ବରୁ ଟଙ୍କାର ବିନିମୟ ମୂଲ୍ୟ ୭୦.୨୨  ପଇସା ରହିଥିବା ବେଳେ ସୋମବାର ଏହ ୬୯.୪୯ ପଇସାରେ ପହଞ୍ଚିଛି।