650 ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ନିଫ୍‌ଟୀ ସ୍ଥିର

Published: Apr 13, 2020, 1:46 pm IST

ମୁମ୍ବାଇ : କରୋନା ଭାଇରସ୍‌ ପ୍ରଭାବରେ ଭାରତୀୟ ସେୟାର ବଜାର ନିୟମିତ ଭାବରେ ତଳକୁ ଖସୁଥିବା ବେଳେ ସୋମବାର ଏହ 650 ପଏଣ୍ଟ ତଳକୁ ଖସିଛି । ଗୁରୁବାର ଭାରତୀୟ ସେୟାର ବଜାର ପ୍ରାୟ 4.23 ପ୍ରତିଶତର ହାସଲ କରିଥିବା ବେଳେ ସୋମବାର ମଧ୍ୟ ସମାନ ଫଳ ଆଶା ରଖାଯାଇଥିଲା । ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିବାରୁ ଭାରତୀୟ ସେୟାର ବଜାର ତଳକୁ ଖସିଥିଲା । ଏହି ସମୟରେ ସେନସେକ୍ସ 650 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ ମାତ୍ର 36 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 685.47 ପଏଣ୍ଟ ତଳକୁ ଖସିବା ସହିତ 30474.15 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 36.1 ପଏଣ୍ଟର ଅଭିବୃଦ୍ଧି ସହିତ 9103 ପଏଣ୍ଟରେ ପହଞ୍ଚିଛି । (ଏଜେନ୍ସି)

Related posts