5 ମିନିଟ୍‌ରେ 5 ଲକ୍ଷ କୋଟି ହରାଇଲେ ନିବେଶକ

Published: Feb 28, 2020, 3:48 pm IST

ମୁମ୍ବାଇ : 5 ମିନିଟ୍‌ରେ 5 ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ 9.15ରେ ଖୋଲିଥିବା ବେଳେ 5 ମିନିଟ୍‌ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍‌ଟୀରେ 3 ପ୍ରତିଶତର ହ୍ରାସ ଘଟିଥିଲା । 5 ମିନିଟ୍‌ ମଧ୍ୟରେ ସେନ୍‌ସେକ୍ସରେ 1200 ପଏଣ୍ଟ ଏବଂ ନିଫ୍‌ଟୀ 343 ପଏଣ୍ଟ ତଳକୁ ଖସିଥିଲା । ବଜାରରେ ନିବେଶ କରୁଥିବା ନିବେଶକ ମାନେ ଏହା ଦ୍ବାରା 5 ଲକ୍ଷ କୋଟିର କ୍ଷତି ସହିଛନ୍ତି । ବିଗତ 5ଟି ଟ୍ରେଡିଂ ସେଶନରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଥିବା ବେଳେ ଶୁକ୍ରବାର ମାତ୍ର 5 ମିନିଟ୍‌ ମଧ୍ୟରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଛନ୍ତି ।

ଏହି ସମୟରେ ଟାଟା ଷ୍ଟିଲ୍‌ ସର୍ବାଧିକ କ୍ଷତି ସହିଛି । ଟାଟା ଷ୍ଟିଲର ଅଂଶଧନ ମୂଲ୍ୟରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଟେକ୍‌ ମହିନ୍ଦ୍ରା ଅଂଶଧନ ମୂଲ୍ୟରେ 5 ପ୍ରତିଶତ ହ୍ରାସ ଘଟିଛି । ଅନ୍ୟମାନଙ୍କ ମଧ୍ୟରେ ବଜାଜ ଫାଇନାନ୍ସ,, ଏଚ୍‌ସିଏଲ୍‌ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଂଶଧନ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ।

ବଜାରର ଏହି ବିପରୀତ ଗତି ସମୟରେ କିଛି କମ୍ପାନୀର ଅଂଶଧନ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଇଣ୍ଡିଆ ସିମେଣ୍ଟସ୍‌ର ଅଂଶଧନ ମୂଲ୍ୟରେ ସର୍ବାଧିକ 35 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଦିଓ୍ବାନ୍‌ ହାଉସିଂ ଫାଇନାନ୍ସ ଅଂଶଧନ ମୂଲ୍ୟରେ 27 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ ସୁଜ୍‌ଲୋନ୍‌ର ଅଂଶଧନ ମୂଲ୍ୟରେ 25 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହି ସମୟରେ ବିଦେଶୀ ଅଂଶଧନ ବିକ୍ରି ପରିମାଣ 9389 କୋଟିରେ ପହଞ୍ଚିଛି । (ଏଜେନ୍ସି)

Related posts