ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ହେଲେ ସରକାର ଦେବେ କ୍ଷତିପୂରଣ

Published: Feb 18, 2020, 3:52 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଏଣିକି ବିଦ୍ୟୁତ୍‌ ତାର ଲାଗି ଜୀବନ ଗଲେ ବା ଆଘାତ ହେଲେ ଅଧିକ କ୍ଷତିପୂରଣ ମିଳିବ । ବିଦ୍ୟୁତ ତାର ଲାଗି ଜୀବନ ଗଲେ 4 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ରହିଛି । ସେହିପରି ବିଦ୍ୟୁତ୍‌ ଆଘାତରେ 60% କ୍ଷତି ହୋଇଥିଲେ ଦୁଇ ଲକ୍ଷ ଓ 40ରୁ 60 ପ୍ରତିଶତ କ୍ଷତି ହୋଇଥିଲେ 59 ହଜାର 5 ଶହ ଟଙ୍କା ମିଳିବ । ସାତ ଦିନରୁ ଅଧିକ ଦିନ ମେଡ଼ିକାଲରେ ଚିକିତ୍ସିତ ହେଲେ 12ହଜାର ମିଳିବ । ସପ୍ତାହକରୁ କମ୍ ସମୟ ଚିକିତ୍ସା ହେଲେ 4500ଟଙ୍କା ମିଳିବ । ସେହିପରି ବିଦ୍ୟୁତ୍‌ ଆଘାତରେ ଗାଈ, ମଇଁଷି ମଲେ 30 ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବ । ଛେଳି, ମେଣ୍ଢା ଓ ଘୁଷୁରୀ ପାଇଁ ତିନି ହଜାର ଟଙ୍କା ରହିଥିବାବେଳେ କୁକୁଡା ଫାର୍ମ ନଷ୍ଟ ହୋଇଥିଲେ 5 ହଜାର ଟଙ୍କା କ୍ଷତିପୂରଣ ମିଳିବ ବୋଲି ସୂଚନା ରହିଛି । ରାଜ୍ୟସରକାର ଏନେଇ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ୍‌ କରିଛନ୍ତି ବୋଲି ଶକ୍ତି ମନ୍ତ୍ରୀ କହିବା ସହିତ ଏହା ଯଥାଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି।

Related posts