Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ବଜେଟ୍‌: ପ୍ରଥମେ ଉପସ୍ଥାପିତ ହେଲା କୃଷି ବଜେଟ୍‌
ଆଜିର ଖବର

ରାଜ୍ୟ ବଜେଟ୍‌: ପ୍ରଥମେ ଉପସ୍ଥାପିତ ହେଲା କୃଷି ବଜେଟ୍‌

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭାରେ ଆଇପ୍ୟାଡ ମାଧ୍ୟମରେ ଓଡିଶା ବଜେଟ ପଢିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ନବୀନଙ୍କ ପଞ୍ଚମ ପାଳି ସରକାରର ଦ୍ବିତୀୟ ବଜେଟ୍‌କୁ ପେପରଲେସ୍‌ କରାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଇ- ବଜେଟ୍‌ ପ୍ରସ୍ତୁତ କରି ଓଡ଼ିଶା ଦେଶରେ ଦ୍ବିତୀୟ ରାଜ୍ୟ ହୋଇପାରିଛି। ଇ-ବଜେଟ୍‌ ଦ୍ବାରା କାଗଜ ଓ ବୃକ୍ଷ ସଂରକ୍ଷଣ କରାଯାଇପାରିଛି। ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲ ରାଜ୍ୟରେ ପରିଣତ ହୋଇଛି। ଜାଗା ମିଶନ ମାଧ୍ୟମରେ ବସ୍ତି ବାସିନ୍ଦା ଉପକୃତ ହୋଇଛନ୍ତି। ଓଡ଼ିଶାକୁ 5 ଥର କୃଷି କର୍ମଣ ପୁରସ୍କାର ପାଇଛି।

ରାଜ୍ୟ ବଜେଟ୍‌ ନିଅଣ୍ଟରୁ ବଜେଟ୍‌ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ବଜେଟ୍‌ର ବ୍ୟୟ ଅଟକଳ 1 ଲକ୍ଷ 50 ହଜାର କୋଟି ଟଙ୍କା ରହିଛି। ପ୍ରଶାସନିକ ବ୍ୟୟ ପରିମାଣ 65 ହଜାର 655 କୋଟି ରହିଛି। କାର୍ଯ୍ୟକ୍ରମ ବ୍ୟୟ ପରିମାଣ 74 ହଜାର କୋଟି ରହିଥିବାବେଳେ ରାଜ୍ୟ ବଜେଟ୍‌ର ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ 3 ହଜାର 2 ଶହ କୋଟି ରହିଥିବାବେଳେ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ 7 ହଜାର 145 କୋଟି ଟଙ୍କାର ବ୍ୟୟ ବରାଦ ରହିଛି।

କୃଷି ପାଇଁ ରହିଥିବା ବ୍ୟୟ ବରାଦ:

  • 15 ଟି ଜିଲ୍‌ଲାରେ 10 ହଜାର ପୋଖରୀ
  • ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ 1060 କୋଟିର ବ୍ୟୟବରାଦ
  • ମିଲେଟ ମିଶନ୍‌ ପାଇଁ 106 କୋଟି
  • ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ 700 କୋଟି ବ୍ୟୟବରାଦ
  • ମାଛ ଚାଷ ପାଇଁ ପୋଖରୀ ଖୋଳିବା ପାଇଁ 28 କୋଟି
  • ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ପାଇଁ 5 ବର୍ଷରେ 256 କୋଟି ଟଙ୍କାର ଖର୍ଚ୍ଚ
  • କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ 705 କୋଟି
  • ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ 1211 କୋଟିର ବ୍ୟୟବରାଦ।
  • 2020-21ରେ 1 ଲକ୍ଷ 84 ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଚାଷୀଙ୍କୁ ଆଗୁଆ ବିହନ ପାଇଁ 100 କୋଟିର ଆବର୍ତ୍ତନ ପାଣ୍ଠି ରହିଥିବାବେଳେ  ଚାଷୀଙ୍କୁ ଆଗୁଆ ସାର ଯୋଗାଣ ପାଇଁ 100 କୋଟିର ଆବର୍ତ୍ତନ ପାଣ୍ଠି ଗଠନ।

ବଜେଟ୍‌ରେ ସ୍ବାସ୍ଥ୍ୟ ପାଇଁ ରହିଥିବା ବ୍ୟୟବରାଦ

  • ସ୍ବାସ୍ଥ୍ୟ ସେବା ପାଇଁ 5 ବର୍ଷରେ ବଜେଟ୍‌ 7700 କୋଟିକୁ ବୃଦ୍ଧି
  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 1108 କୋଟି ଟଙ୍କାର ବ୍ୟୟବରାଦ
  • ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ 1652 କୋଟି ବ୍ୟୟ ବରାଦ
  • କଟକ ଏସ୍‌ସିବି ବିକାଶ ପାଇଁ 2 ବର୍ଷର 1 ହଜାର କୋଟି ଖର୍ଚ୍ଚ କରାଯିବ।
  • ଆଉ 7ଟି ମେଡିକାଲ୍‌ କଲେଜର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରାଯାଉଛି।
Share. Facebook Twitter LinkedIn Email WhatsApp Copy Link

Related Posts

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଏବଂ କାତାର ସଂଗ୍ରହାଳୟ ମଧ୍ୟରେ ସହଭାଗୀତା

December 24, 2025

ମାତ୍ର ୩୬ ବଲ୍‌ରେ ଶତକ ହାସଲ କରିବାର ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶାନ

December 24, 2025

ଫୁଲବାଣୀରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

December 24, 2025

ବିଜୟ ହଜାରେ ଟ୍ରଫିରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପାଳି: ୮୪ ବଲ୍‌ରେ କଲେ ୧୯୦ ରନ୍

December 24, 2025
Latest News

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଏବଂ କାତାର ସଂଗ୍ରହାଳୟ ମଧ୍ୟରେ ସହଭାଗୀତା

December 24, 2025

ମାତ୍ର ୩୬ ବଲ୍‌ରେ ଶତକ ହାସଲ କରିବାର ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶାନ

December 24, 2025

ଫୁଲବାଣୀରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

December 24, 2025

ବିଜୟ ହଜାରେ ଟ୍ରଫିରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପାଳି: ୮୪ ବଲ୍‌ରେ କଲେ ୧୯୦ ରନ୍

December 24, 2025

ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି 

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.