Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା
ଜାତୀୟ ଖବର

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
post office
ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

ନୂଆଦିଲ୍ଲୀ: ଡାକ ବିଭାଗ ଦ୍ୱାରା ଚିଠି ଏବଂ ପାର୍ସଲର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ବିତରଣ ପାଇଁ, ୧ ଅଗଷ୍ଟ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ସ୍ପିଡ୍ ପୋଷ୍ଟ ସେବା, ବିଗତ ସମୟରେ ଦେଶର ସବୁଠାରୁ ବିଶ୍ୱସ୍ତ ଡାକ ସେବା ଭାବେ ନିଜ ସ୍ଥାନ ସୁଦୃଢ କରିଛି। ଏହି ସେବା, ଭାରତୀୟ ଡାକର ଆଧୁନିକୀକରଣ ପ୍ରୟାସର ଏକ ମାଇଲ୍‌ଷ୍ଟୋନ୍ ଭାବରେ, ବର୍ଷ ବର୍ଷ ଧରି ଦେଶରେ ସବୁଠୁ ବିଶ୍ୱସ୍ତ ଏବଂ ଲୋକପ୍ରିୟ। ବ୍ୟକ୍ତିଗତ ଏବଂ କର୍ପୋରେଟ୍ ଗ୍ରାହକଙ୍କ ବିଶ୍ୱାସ ଅର୍ଜନ କରି, ସ୍ପିଡ୍ ପୋଷ୍ଟ ସେବା  ଦୃଢ଼ତାର ସହ ଆଗେଇ ଚାଲିଛି।

ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ, ବିଭାଗ ପକ୍ଷରୁ ନିମ୍ନଲିଖିତ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରାଯାଇଛି । ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା।

ଅନ୍ତଃଦେଶୀୟ  ସ୍ପିଡ୍ ପୋଷ୍ଟ ଶୁଳ୍କ ୨୦୧୨ ମସିହାରେ ପ୍ରଥମେ ସଂଶୋଧନ କରାଯାଇଥିଲା। ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ପୂରଣ, ନୂତନ ଉଦ୍ଭାବନରେ ନିବେଶ ଏବଂ ସ୍ଥାୟୀ ଗୁଣୋତ୍ତର ସୁନିଶ୍ଚିତ କରିବା ପାଇଁ, ସ୍ପିଡ୍ ପୋଷ୍ଟର ଶୁଳ୍କ (ଡକ୍ୟୁମେଣ୍ଟ୍) ୨୫.୦୯.୨୦୨୫ ତାରିଖର ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା ୪୨୫୬ ଅନୁସାରେ ସଂଶୋଧନ କରାଯାଇଛି। ସଂଶୋଧିତ ଶୁଳ୍କ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ ହେବ।

୧୩ ବର୍ଷ ପରେ, ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ପ୍ରାୟତଃ  ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ  ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ  ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ।

ଡକ୍ୟୁମେଣ୍ଟ ଏବଂ ପାର୍ସଲ ପ୍ରେରଣରେ, ପ୍ରେଷକଙ୍କ ପଞ୍ଜୀକରଣ ସୁବିଧାକୁ ବାଧ୍ୟତାମୂଳକ କରାଯାଇଛି।  ‘ପଞ୍ଜୀକରଣ’ର ମୂଲ୍ୟଯୁକ୍ତ ସେବା ପାଇଁ ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ (ଡକ୍ୟୁମେଣ୍ଟ/ପାର୍ସଲ୍) ପାଇଁ ୫ ଟଙ୍କାର ଏକ ନାମମାତ୍ର ଶୁଳ୍କ, ଏବଂ ପ୍ରଯୁଜ୍ୟ ଜିଏସଟି ଲାଗୁ ହେବ। ଯେଉଁଠାରେ ଚିଠି ବା ପାର୍ସଲ କେବଳ ଠିକଣାପ୍ରାପ୍ତ ବ୍ୟକ୍ତି କିମ୍ବା ଠିକଣାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ଭାବରେ ପ୍ରାଧୀକୃତ ବ୍ୟକ୍ତିଙ୍କୁ ବିତରଣ କରାଯିବ। ସେହିପରି, ‘ୱାନ-ଟାଇମ୍ ପାସୱାର୍ଡ (ଓଟିପି) ବିତରଣ’ର ମୂଲ୍ୟଯୁକ୍ତ ସେବା ପାଇଁ ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ ନିମନ୍ତେ ୫ ଟଙ୍କା ଶୁଳ୍କ ଏବଂ ପ୍ରଯୁଜ୍ୟ ଜିଏସଟି ଲାଗୁ ହେବ। ଏହି ବୈଶିଷ୍ଟ୍ୟ ଅଧୀନରେ, ଡେଲିଭରୀ କର୍ମଚାରୀଙ୍କ ସହିତ ସେୟାର କରାଯାଇଥିବା ଓଟିପିର ସଫଳ ନିଶ୍ଚିତକରଣ ପରେ ହିଁ ଚିଠି କିମ୍ୱା ପାର୍ସଲ ଠିକଣାକାରୀଙ୍କୁ ହସ୍ତାନ୍ତର କରାଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ ପତ୍ର ପ୍ରେରଣରେ ୧୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି। ଏହା ସହିତ, ନୂତନ ବଲ୍କ ଗ୍ରାହକଙ୍କ ପାଇଁ ୫ ପ୍ରତିଶତ ରିହାତିର ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଚଳନ କରାଯାଇଛି।

ଡାକ ବିଭାଗଙ୍କ ଏହି ପଦକ୍ଷେପଗୁଡ଼ିକ, ସ୍ପିଡ୍ ପୋଷ୍ଟକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଗ୍ରାହକ-ସହଜ ସେବାରେ ପରିଣତ କରିବ। ଏହା ଫଳରେ, ଦେଶର ସମସ୍ତ ଗ୍ରାହକଙ୍କ ପାଇଁ ଦ୍ରୁତ, ନିର୍ଭରଯୋଗ୍ୟ ଏବଂ ଗ୍ରାହକମୁଖୀ ସେବା ସୁନିଶ୍ଚିତ ହେବ।

ଡାକ ବିଭାଗ ସ୍ପିଡ୍ ପୋଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.