Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମାଞ୍ଚଳ ଗରିବ ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ
ଆଜିର ଖବର

ଗ୍ରାମାଞ୍ଚଳ ଗରିବ ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ

February 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ପାରାଦୀପ : ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସଶକ୍ତିକରଣ କରି ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖି ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ତରଫରୁ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ୍‌ରେ ନୂଆଗାଁଠାରେ ଜେଏସ୍‌ଡବ୍ଲ୍ୟୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 35 ବର୍ଷ ମହିଳା ଓ ଯୁବତୀମାନଙ୍କୁ ନେଇ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦୀପ କାର୍ଯ୍ୟାଳୟରେ ଶେଷ ହୋଇଛି । ଏହି କର୍ମଶାଳାରେ 60ରୁ 70 ଜଣ ମହିଳା ଯୁବତୀ ଯୋଗଦେଇଥିଲେ ।  କମ୍ପାନୀ ତରଫରୁ ଆଗାମୀ ଦିନରେ ଉକ୍ତ ତିନୋଟି ପଞ୍ଚାୟର ମହିଳା ଓ ଯୁବତୀମାନଙ୍କୁ ମାଗଣାରେ ଚାରି ମାସ ଶିକ୍ଷା ଦିଆଯିବା ସହିତ ସେମାନଙ୍କ ଦକ୍ଷତା ଅନୁସାରେ ଗ୍ରାର୍ମେଣ୍ଟ କମ୍ପାନୀରେ କାମ କରି ଅର୍ଥ ଉପାଜ୍ଜନ କରିପାରିବେ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଜେଏସ୍‌ଡବ୍ଲ୍ୟୁର ଏହି ଅଭିନବ ପ୍ରୟାସକୁ ଉକ୍ତ ଅଞ୍ଚଳରେ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି ।  ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ 50ରୁ 60ଜଣ ଗୋଷ୍ଠୀ ସହାୟିକା ଓ ଦକ୍ଷ ନଥିପତ୍ର ସହାୟିକାମାନଙ୍କୁ ଓରମାସ ଦ୍ବାରା ଆୟୋଜିତ ‘ଶିଶିର ସରସ ମେଳା -2020’କୁ ନିଆଯାଇ ଅଧିକ ଗୁଣବତ୍ତାର ଧୂପକାଠି ପ୍ରସ୍ତୁତ ଓ ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଶିକ୍ଷା ଜେଏସ୍‌ଡବ୍ଲ୍ୟୁ ତରଫରୁ ଦିଆଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.