Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନକିଣାରେ ଅବ୍ୟବସ୍ଥା : ଅଭାବୀ ବିକ୍ରୀର ଶିକାର ହେଉଛି ଚାଷୀ
ଆଜିର ଖବର

ଧାନକିଣାରେ ଅବ୍ୟବସ୍ଥା : ଅଭାବୀ ବିକ୍ରୀର ଶିକାର ହେଉଛି ଚାଷୀ

February 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍‌, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ସହୁଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡ଼ର କୌଣସି ସୁବିଧା କରାଯାଇନାହିଁ । ପୁଣି ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷର କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହୋଇ ଚାଷୀ ଚାଷ କାମ ଛାଡ଼ି ପେଟପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳସେଚନର ସୁବିଧା ନାହିଁ କି ମାର୍କେଟିଂର ସୁବିଧା ନାହିଁ। କେବଳ କାଳିଆ/ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଚାଷୀଙ୍କ ପ୍ରକୃତ ବିକାଶ ପ୍ରତି କେହି ହେଲେ ଦୃଷ୍ଟି ଦେଉନାହାନ୍ତି।

ପ୍ରତିବର୍ଷ ଜିଲ୍ଲାରେ ଧାନ କିଣାରେ ଅଭାବ ବିକ୍ରୀର ଚାଷୀ ଶିକାର ହେଉଛି। ଚଳିତବର୍ଷ ୧ ଲକ୍ଷ ୩୪ ହଜାର ଚାଷୀଙ୍କର ଧାନ କିଣିବା ପାଇଁ ପଂଜିକରଣ ହୋଇଥିବାବେଳେ ୨ ମାସରେ କେବଳ ୬୫ ହଜାର ଚାଷୀଙ୍କ ଧାନ କିଣାଯାଇଛି । ଆଗକୁ ୬୯ ହଜାରରୁ ଅଧିକ ଗରିବ ଓ ଛୋଟ ଚାଷୀ ଧାନ ବିକିବା ପାଇଁ ବିଡ଼ିଓଠାରୁ ଯୋଗାଣ ବିଭାଗ, ସମବାୟ ଓ ଜିଲ୍ଲାପାଳ ଅଫିସ୍ ଧାଇଁ ଧାଇଁ ହତାଶ ହେଉଛନ୍ତି। ଟୋକେନ୍ ଆସିଲେ ଧାନ କିଣା ଯିବ ବୋଲି କହି ଫେରାଇ ଦେଇଛନ୍ତି ।

ପ୍ରଥମେ ଗରିବ  ଛୋଟ ଚାଷୀ ମାନଙ୍କର ଧାନ କିଣିବା ନିୟମ ଥିଲେ ସୁଦ୍ଧା ଅଧିକାଂଶ ସମବାୟ, ସଂପାଦକ ମାନେ ତାଙ୍କ ବନ୍ଧୁବାନ୍ଧବ ଓ ଧନୀ ପ୍ରଭାବଶାଳୀ ଚାଷୀଙ୍କର ଧାନ କିଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ଫଳରେ ଗରିବ ଚାଷୀ ହତାଶ ହେଉଛି । ଟୋକେନ୍ ଆସିବାରେ ବହୁ ବିଳମ୍ବ ହେଉଛି, ପୁଣି ୫ ଦିନ ପରେ ଧାନ ନ କିଣିଲେ ଟୋକେନ୍ ଅବଧି ସରିଯାଉଛି ଫଳରେ ଚାଷୀ ମାନେ ସମବାୟ ଅଫିସ୍‌କୁ ଧାଇଁ ଧାଇଁ ହତାଶ ହେଉଛନ୍ତି । ଜିଲ୍ଲା ପାଇଁ ୧.୩୪ ଲକ୍ଷ ଚାଷୀଙ୍କର ଧାନ କିଣିବା ପାଇଁ ୮୦ ହଜାର କୁଇଣ୍ଟାଲ ଟାର୍ଗେଟ ଦରକାର ହେଉଥିବାବେଳେ ବର୍ତ୍ତମାନକୁ ଧାନ କିଣିବା ପାଇଁ ୪୨ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆସିଛି । ଧାନ ଅମଳ ହେବାର ଅଢ଼େଇ ମାସ ହେଲାଣି । ଅଦିନିଆ ବର୍ଷା, ମୁଷା, ବାର୍‌ହା. ଷଣ୍ଢ ଆଦି ଅମଲ ଧାନକୁ ନଷ୍ଟ କରୁଛନ୍ତି। କେତେକ ସୋସାଇଟି ଅଣ-ଚାଷୀଙ୍କ ନାମରେ ଧାନ କିଣି ଦୁର୍ନୀତି କରୁଛନ୍ତି, ଜିଲ୍ଲାର କେତେକ ବ୍ଳକ୍‌ର ମଣ୍ଡିରେ ମଧ୍ୟ କ୍ୱିଣ୍ଟାଲ୍ ପିଛା ୫ କେଜି ଅଧିକା ଧାନ ନେବା ସଂଗେ ସଂଗେ ଅଖା ଓ ଗାଡ଼ିଭଡ଼ା ମଧ୍ୟ ଚାଷୀଙ୍କୁ ଦେବାକୁ ପଡ଼ୁଛି ।

ଜିଲ୍ଲାପାଳ ଦୁର୍ନୀତିଗସ୍ତ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ନୀରବ ରହୁଛନ୍ତି। ବିଲେଇ ହାତରେ ମାଛ କଳେଉଛନ୍ତି, ଏପଟେ ସାଇକେଲ୍‌ରେ ବୁଲି ପଲିଥିନ ଧରୁଛନ୍ତି । ଦୁର୍ନୀତିଗସ୍ତ ଯୋଗାଣ, ସମବାୟ କର୍ମଚାରୀ ଅସାଧୁ ମିଲର ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଗଂଜାମ ଚାଷୀ ପ୍ରତି ବର୍ଷ ୨୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଏଣୁ ପଂଜିକୃତ ସମସ୍ତ ଚାଷୀଙ୍କର ଧାନ ବିନା ଟୋକେନ୍‌ରେ ତୁରନ୍ତ ନ କିଣିଲେ ମହାସଭା ତରଫରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଜିଲ୍ଲାପାଳ, ଯୋଗାଣ କମିଶନର, ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏ ସଂପର୍କରେ ବାରମ୍ବାର ଦାବି କରିବା ପରେ ଯୋଗାଣ ଓ ସମବାୟ ମନ୍ତ୍ରୀ ଋଷିକୂଲ୍ୟା ରୟତ ମହାସଭାର ସଂପାଦକଙ୍କ ଉପସ୍ଥିତିରେ ଧାନ କିଣା ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଗତ ୬ ତାରିଖରେ ଯୋଗାଣମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଜିଲ୍ଲାପାଳ ସମୀକ୍ଷା ନ କରି ପଲିଥିନ ଧରପଗଡ଼ରେ ବ୍ୟସ୍ତ ରହୁଛନ୍ତି । ଗଂଜାମ ଜିଲ୍ଲାରେ ମୋ ସରକାର ଓ ୫-ଟି କାଟୁ କରୁନାହିଁ । ସବୁ ପଂଜିକୃତ ଚାଷୀଙ୍କର ଧାନ କିଣିବା ପାଇଁ ମହାସଭା ତରଫରୁ ଦାବି ହେଉଛି । ଜିଲ୍ଲାର ୩ ଲକ୍ଷ ଚାଷୀ ଓ ଦୁଇଲକ୍ଷରୁ ଅଧିକ ଭାଗ ଚାଷୀ ଥିବାବେଳେ କେବଳ ୧ ଲକ୍ଷ ୩୪ହଜାର ଚାଷୀଙ୍କ ନାମ ପଂଜିକୃତ ହୋଇଛି । ସେଥିମଧ୍ୟରୁ ମାତ୍ର ୩୦ ଭାଗ ଚାଷୀଙ୍କ ଧାନ ସରକାର କିଣୁଥିବାବେଳେ ବଳକା ଧାନ ୫୦୦ ଟଙ୍କାରୁ କମ୍‌ରେ ଆନ୍ଧ୍ରକୁ ଯାଉଥବା ସଭାପତି ତ୍ରିନାଥ ବିଶ୍ୱାଳ ଓ ସଂପାଦକ ସୀମାଞ୍ଚଳ ନାହାକ ଜଣାଇଛନ୍ତି ।

ଅଭାବୀ ବିକ୍ରି ଚାଷୀ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.