ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପୁଷ୍ପ,ଚନ୍ଦନ ଦେଇ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ 

Published: Feb 19, 2020, 2:40 pm IST

ସମୀକ୍ଷା ବ୍ୟୁରୋ

ଶେରଗଡ : ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ସ୍ଥିତ ସରକାରୀ କୁରୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହିଞ୍ଜିଳିକାଟୁ ଶାଖା ତରଫରୁ ଚଳିତ ବର୍ଷ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀଙ୍କୁ ପୁଷ୍ପ,ଚନ୍ଦନରେ ବନ୍ଦାପନା କରି ଅଭିନନ୍ଦନ ଜଣାଇଥିଲେ। ପରୀକ୍ଷାର୍ଥୀ ମାନେ ଚାପମୁକ୍ତ ହୋଇ ଉତ୍ସାହର ସହ ପରୀକ୍ଷା ଦେବାପାଇଁ ଉତ୍ସାହିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସହ-ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ  ବିଦ୍ୟାଳୟ ସମ୍ମୁଖରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାହ୍ନୁଚରଣ ବିଶ୍ବାଳ, କୃଷ୍ଣଚନ୍ଦ୍ର ଦାଶ,ପୂର୍ଣ୍ଣଚନ୍ଦ୍ର ମହାନ୍ତି,ଏ ଶ୍ରୀକାନ୍ତ ଆଚାରୀ,ଯୋଗେନ୍ଦ୍ର ବେହେରା ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଅଭିଭାବକ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।

Related posts