ନୂତନ ମୋଟର ଯାନ ଆଇନରେ ସଂଗୃହୀତ ହୋଇଛି 38 କୋଟିର ଜରିମାନା

Published: Feb 20, 2020, 3:36 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦେଶରେ ନୂତନ ମୋଟରଯାନ ଲାଗୁ ହେବା ପରେ ସଂଗୃହୀତ ଜରିମାନା ରାଶିର ପରିମାଣ ବଢିବାରେ ଲାଗିଛି । ଶେଷ ତିନି ମାସ ମଧ୍ୟରେ ଲାଇସେନ୍ସ ସଂଖ୍ୟା ବଢିଥିବା ବେଳେ ସଂଗୃହୀତ ଜରିମାନା ରାଶି ମଧ୍ୟ ବଢିଛି । ଜରିମାନା ରାଶିର ପରିମାଣ 38.67 କୋଟି ଟଙ୍କା ରହିଛି । ବିଧାନସଭାରେ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଶ୍ରୀ ବେହେରା ଏହି ଉତ୍ତର ଦେଇଥିଲେ । ସେପ୍ଟେମ୍ବର 1ରୁ ଜାନୁୟାରୀ 31 ତାରିଖ ମଧ୍ୟରେ 38.67 କୋଟି ଟଙ୍କାର ଜରିମାନା ରଖାଯାଇଛି । ସେହିପରି ଉକ୍ତ ସମୟ ମଧ୍ୟରେ 4 ଲକ୍ଷ 13 ହଜାର 994ଟି ନୂତନ ଲାଇସେନ୍ସ ଆବେଦନ କରାଯାଇଛି ।

Related posts