ସଦ୍‌ଭାବନାର ଅନନ୍ୟ ଉଦାହରଣ : ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ନିଯୁକ୍ତ ହେଲେ ମୁସଲିମ୍‌

Published: Feb 20, 2020, 5:15 pm IST

ବେଙ୍ଗାଲୁରୁ : କର୍ଣ୍ଣାଟକର ଗଦଗ୍‌ରେ ସଦ୍‌ଭାବନାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗଦଗ୍‌ରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଜଣେ ମୁସଲିମଙ୍କୁ ନିଯୁକ୍ତ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ମଠର ମୁଖ୍ୟ ହୋଇଛନ୍ତି । ଗଦଗ୍‌ର ଅସୁତୀ ଗ୍ରାମରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଦିଓ୍ବାନ ଶରିଫ୍‌ ରହମାନ୍‌ସାବ୍‌ ମୁଲ୍ଲାଙ୍କୁ ନିଯୁକ୍ତ କରାଯାଇଛି । ଆସନ୍ତା 26 ତାରିଖରେ ଶରିଫ୍‌ ଦାୟିତ୍ବ ଗ୍ରହଣ କରିବେ । ମୁସଲିମ୍‌ ଦମ୍ପତ୍ତିଙ୍କ ନିକଟରୁ ଜନ୍ମ ଗ୍ରହଣ କରିଥିବା ଶରିଫ୍‌ଙ୍କ ପିତାମାତା ବାସଭେଶ୍ବରଙ୍କ ଅନୁଗାମୀ ଏବଂ ଏହି ମଠ ନିର୍ମାଣ ପାଇଁ 2 ଏକର ଜମି ପ୍ରଦାନ କରିଥିଲେ । (ଏଜେନ୍ସି)

Related posts