Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୨୮ଟି ଯୋଜନାର ରୂପାୟନ କାରଣରୁ ଦାରିଦ୍ର୍ୟ ହ୍ରାସ ପାଇଛି: ପଦ୍ମନାଭ ବେହେରା
ଆଜିର ଖବର

୪୨୮ଟି ଯୋଜନାର ରୂପାୟନ କାରଣରୁ ଦାରିଦ୍ର୍ୟ ହ୍ରାସ ପାଇଛି: ପଦ୍ମନାଭ ବେହେରା

February 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ
ଭୁବନେଶ୍ବର: ରାଜ୍ୟରେ ଦାରିଦ୍ର୍ୟ ମୁକାବିଲା ପାଇଁ ୪୨୮ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ ହେବା ଯୋଗୁଁ ଓଡିଶାର ଦାରିଦ୍ର୍ୟ ଅନେକ ପରିମାଣରେ ଦୂରୀଭୂତ ହୋଇଛି ବୋଲି ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି।

ଉତ୍କଟ ଦାରିଦ୍ର୍ୟରେ ୭୦ ଲକ୍ଷ ପରିବାର ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ଦେଇ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ନିତି ଆୟୋଗ ଦ୍ବାରା ଗଠିତ ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ ଓଡିଶାର ଦାରିଦ୍ର୍ୟ ହାର ୨୦୦୪-୦୫ରେ ୫୭.୨୦ ପ୍ରତିଶତ ରହିଥିବା ବେଳେ ୨୦୧୧-୧୨ରେ ଏହା ୩୨.୫୯ ପ୍ରତିଶତକୁ ଖସି ଆସିଥିଲା। ୨୪.୬୧ ପ୍ରତିଶତର ଦାରିଦ୍ର୍ୟ ହ୍ରାସ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ। ଏହା ସହିତ ଓଡିଶା ଖାଦ୍ୟ ଉତ୍ପାଦନ ଏବଂ ରାଜସ୍ବ କ୍ଷେତ୍ରରେ ମଧ୍ୟ ବଳକା ରାଜ୍ୟ ରହିଛି। ସାମଗ୍ରିକ ବିକାଶ ନିମିତ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା କାରଣରୁ ଏହା ସମ୍ଭବ ହୋଇ ପାରିଛି ବୋଲି ମନ୍ତ୍ରୀ ମତ ଦେଇଥିଲେ।

ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧୀ ଦଳଳ ସଦସ୍ୟଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ମୋହନ ଚରଣ ମାଝୀ, ବିଷ୍ଣୁ ଚରଣ ସେଠୀ, ନରସିଂହ ମିଶ୍ର, ନିତ୍ୟାନନ୍ଦଳ ପଣ୍ଡା ଏବଂ ସୁରେଶ କୁମାର ରାଉତରାୟ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରିଥିଲେ। ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ପୁସ୍ତିକାରେ ରାଜ୍ୟର ୪.୬୫କୋଟି ଲୋକଙ୍କ ମଧ୍ୟରୁ ୩ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଦର୍ଶାଯାଇଥିଲା। ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୩୨.୫୯ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୬୪ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସେହିପରି ଅକ୍ସଫୋର୍ଡ ୟୁନିଭର୍ସିଟି ତଥ୍ୟ ଅନୁଯାୟୀ ରାଜ୍ୟରେ ଗରିବଙ୍କକ ସଂଖ୍ୟା ୬୩ ପ୍ରତିଶତ।

ଦୃଷ୍ଟିଆକର୍ଷଣକାରୀ ପ୍ରସ୍ତାବରେ ଶାସକ ଦଳର ସଭ୍ୟ ଅମର ପ୍ରସାଦ ଶତପଥୀ, ଧ୍ରୁବ ଚରଣ ସାହୁ ଓ ପ୍ରଫୁଲ୍ଲ କୁମାର ସାମଲ ବିରୋଧୀଙ୍କ ଆରୋପକୁ ଖଣ୍ଡନ କରିଥିଲେ। ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ରାଜ୍ୟରେ କେହିବି ଅନାହାରେରେ ମୃତ୍ୟୁବରଣ କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ପରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ବେଳେ ଏହାକୁ ବିରୋଧ କକରି ବିଜେପି ସଦସ୍ୟ ମାନେ ଗୃହତ୍ୟାଗ କରିଥିଲେ।

padmanavbehERA poverty
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.