ଆସନ୍ତା ୨୨ରୁ ଦୁଇଦିନ ଧରି ବ୍ରହ୍ମପୁରରେ ଅନୁଷ୍ଠିତ ହେବ ଓଡ଼ିଶା ସାଂସ୍କୃତିକ ମହୋତ୍ସବ

Published: Feb 21, 2020, 12:01 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁରରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ସାଂସ୍କୃତିକ ମହୋତ୍ସବ । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଆସନ୍ତା ୨୨ ଓ ୨୩ ତାରିଖରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏକସ୍ଥାନରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ ସାଙ୍ଗକୁ ଭାଷା, ସାହିତ୍ୟ, କବିତାର ଆସର ଅନୁଷ୍ଠିତ ହେବ ।

ଓଡ଼ିଶା ସାଂସ୍କୃତିକ ମହୋତ୍ସବରେ ଭାଗ ନେବା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରସିଦ୍ଧ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ନୃତ୍ୟାଙ୍ଗନା, ଓଲିଉଡ଼୍‌ର ଅଭିନେତା, କଳାକାରମାନେ ଆସୁଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା କୃତିସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବଲିଉଡ଼୍‌ରୁ କଣ୍ଠଶିଳ୍ପୀ ସୁନିଲ୍ କୁମାର, ଓଲିଉଡ଼୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ବ୍ରହ୍ମପୁରର ପ୍ରିନସ୍ ଡ଼୍ୟାନସ ଗ୍ରୁପ୍‌ଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାର ଅଂଶଗ୍ରହଣ କରୁଥିବାବେଳେ ମହୋତ୍ସବରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ସମାଜର ପ୍ରତିଷ୍ଠିତ ନାଗରିକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related posts