ଟିଭି ଫାଟି ସ୍ତ୍ରୀ ମୃତ; ସ୍ବାମୀ ଓ ଛୁଆ ଗୁରୁତର

Published: Feb 22, 2020, 9:24 am IST

ସମୀକ୍ଷା ବ୍ୟୁରୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି  ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଓ କନ୍ୟା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଟେଲିଭିଜନ୍‌ ଦେଖିବା ସମୟରେ  ହଠାତ୍‌ ଏହା ସର୍ଟସର୍କିଟ୍ ହୋଇ ଫାଟି ଯିବାରୁ  ଏଭଳି ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଓ 6 ବର୍ଷର କନ୍ୟା ସନ୍ତାନର ଅବସ୍ଥା ସଙ୍କଟାପନ୍ନ ଥିବାରୁ  ରାଉରକେଲା ଆଇ ଜି ଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

Related posts