
ନୂଆଦିଲ୍ଲୀ : ଆପଣ ମାଗଣାରେ ପ୍ଲାଟଫର୍ମ ଟିକେଟ ଚାହୁଁଛନ୍ତି କି, ତେବେ ଆପଣଙ୍କୁ କରିବାକୁ ପଡିବ ଗୋଟେ ଛୋଟିଆ କାମଟିଏ। ଦିଲ୍ଲୀର ଆନନ୍ଦ ବିହାର ରେଳଷ୍ଟେସନରେ ଫିଟ୍ ଇଣ୍ଡିଆ ଅଭିଯାନ ନେଇ ଏକ ଅଭିନବ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହି ଷ୍ଟେସନରେ ମାଗଣା ପ୍ଲାଟଫର୍ମ ଟିକେଟ ପାଇଁ ଏକ ମେସିନ୍ ଲଗାଯାଇଛି । ଏହି ମେସିନ୍ରେ ନାମ ରହିଛି ସ୍କାଟ୍ ମେସିନ୍। ଯେଉଁଠି ଆପଣ ନିଜକୁ ଫିଟ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ। ଅର୍ଥାତ୍ ଏହି ମେସିନ୍ ପାଖରେ ଆପଣଙ୍କୁ 180 ସେକେଣ୍ଡରେ 30 ଥର ଦଣ୍ଡ ବୈଠକ ମାରିବାକୁ ପଡ଼ିବ। ତା’ପରେ ଆପଣଙ୍କୁ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିପାରିବ। ପ୍ଲାଟଫର୍ମ ଟିକେଟ ପାଇଁ 10 ଟଙ୍କା ଦେବାକୁ ପଡିଥାଏ। ଆପଣ ଉଠ ବସ୍ ହୋଇ 10 ଟଙ୍କା ବଞ୍ଚାଇ ପାରିବେ।
ମାଗଣା ପ୍ଲାଟଫର୍ମ ଟିକେଟ ପାଇଁ ଆପଣଙ୍କୁ ପ୍ରଥମେ ମେସିନ୍ ଉପରେ ଚିହ୍ନିତ ହୋଇଥିବା ପଦଚିହ୍ନ ଉପରେ ଛିଡା ହେବେ ଓ ମେସିନ୍ରେ ଲାଗିଥିବା କ୍ୟାମେରାରେ ଆପଣଙ୍କ ଚେହରେ ସ୍କାନ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତା’ପରେ ଆପଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠ ବସ୍ ହୋଇ ଆପଣଙ୍କୁ ଫିଟ୍ ରହିଥିବାର ପ୍ରମାଣ ଦେବାକୁ ପଡ଼ିବ ।
ରେଳବାଈ ତରଫରୁ ଏପରି ଫିଟ୍ ରହିବା ସହ ମାଗଣା ପ୍ଲାଟଫର୍ମ ଟିକେଟକୁ ନେଇ ଏକ ଅଭିନବ ପ୍ରକ୍ରିୟାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ ଏକ ଭିଡିଓ ସହିତ ଟୁଇଟ କରିଛନ୍ତି। ରେଳ ମନ୍ତ୍ରାଳୟ ଟୁଇଟ୍ କରି ଏହି ମେସିନ୍ ଜରିଆରେ ବ୍ୟାୟାମକୁ ପ୍ରୋତ୍ସାହିତ କରୁଥିବାର ଜଣାଯାଇଛି । ଏବେ ଏହି ଟୁଇଟ୍ଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି।