ଲାଞ୍ଜିଗଡରୁ କଟକ ଆସୁଥିବା ନାଇଟ୍‌ କୋଚ୍‌ ସାରଳା ବସ୍‌ ଦୁର୍ଘଟଣାଗ୍ରସ୍ତ : 5 ଆହତ

Published: Feb 22, 2020, 10:18 am IST

ବବୁଲୁ ସାହୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କେନ୍ଦୁଘଟିଠାରେ ଏକ ଦୁର୍ଘଟଣା ହୋଇଛି । ଲାଞ୍ଜିଗଡ ରୁ କଟକ ଯାଉଥିବା ନାଇଟ  କୋଚ ସାରଳା ବସ କେନ୍ଦୁଘଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତି ଦିନ ପରି ଗତକାଲି ମଧ୍ୟ ଏହି ବସ କଟକ ଯାଉଥିବା ସମୟରେ ମ.ରାମପୁର ନିକଟ କେନ୍ଦୁଘଟି ଠାରେ ରାତି ପ୍ରାୟ 8.10ରେ ଓଲଟି ପଡିଥିଲା।  ଏଥିରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।  ଘଟଣା ସ୍ଥଳରେ ମ. ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

Related posts