୨୩ରେ ଗଞ୍ଜାମ ଜିଲ୍ଲା ବକ୍ସିଂ ଦଳ ଚୟନ

Published: Feb 22, 2020, 10:26 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଭାରତୀୟ ବକ୍ସିଂ ଫେଡ଼େରେସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଅନ୍ତଃ ଜିଲ୍ଲା ବକ୍ସିଂରେ ଭାଗନେବା ସକାଶେ, ଗଞ୍ଜାମ ଜିଲ୍ଲା ବକ୍ସିଂର ଚୟନ ପ୍ରକ୍ରିୟା ଆସନ୍ତା ୨୩ ତାରିଖରେ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏଥିରେ ୨୦୦୬ ଏବଂ ୨୦୦୭ ମଧ୍ୟରେ ଜନ୍ମ ନେଇଥିବା ବାଳକ ଓ ବାଳିକା ନିଜ ନିଜର ପ୍ରମାଣପତ୍ର ସହ ଏଥିରେ ଭାଗ ନେଇପାରିବେ। ଏଥିର ପ୍ରଥମ ଥର ପାଇଁ ଭାରତୀୟ ଆନ୍ତଃଜିଲ୍ଲା ପ୍ରତିଯୋଗିତା ହରିଆନାର ରୋହତକ୍‌ଠାରେ ମାର୍ଚ୍ଚ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାଳକବାଳିକା (ସବ୍‌ଜୁନିୟର ବର୍ଗ)ର ନିଜର ଜନ୍ମଗତ ପ୍ରମାଣପତ୍ର, ଆଧାର କାର୍ଡ଼ ଏବଂ ମେଡ଼ିକାଲ୍ ସାର୍ଟିଫିକେଟ୍ ଧରି ୨୩ ତାରିଖ ସକାଳ ୬.୩୦ରୁ ୮ଟା ମଧ୍ୟରେ ପ୍ରଭାକର ରାଓ, ଶିବ ପାତ୍ର କିମ୍ବା ଶିଶିର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଷ୍ଟାଡ଼ିୟମରେ ସାକ୍ଷାତ କରିବାକୁ ଜିଲ୍ଲା ସଂପାଦକ ଅଶୋକ ସାହୁ ଜଣାଇଛନ୍ତି।

Related posts