ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଅନୁପ ସାଏଙ୍କ ପରିବାର

Published: Feb 22, 2020, 8:57 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଛତିଶଗଡ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିବା ବେଳେ ତାଙ୍କ ପରିବାରବର୍ଗ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ ନାମରେ ଛତିଶଗଡ ପୋଲିସ୍‌ ପକ୍ଷରୁ ହଇରାଣ କରାଯାଉଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି । ସେହିପରି ଅନୁପଙ୍କ ପରିବାର ବର୍ଗ ନିଜର ସୁରକ୍ଷା ଦାବି କରି ଧାରଣାରେ ବସିଛନ୍ତି ।

Related posts