ନାବାର୍ଡ଼ ପକ୍ଷରୁ କୃଷି ପରାମର୍ଶ, ଦୁଗ୍ଧ ଉଦ୍ୟୋଗ ବିକାଶ କର୍ମଶାଳା

Published: Feb 23, 2020, 9:48 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ନାବାର୍ଡ଼ ଦ୍ୱାରା ଶଙ୍କର ଭବନ ସଭାଗୃହ ପରିସରରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କୃଷି ଚିକତ୍ସା ଏବଂ କୃଷି ବ୍ୟବସାୟ ତତ୍‌ସହିତ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସମ୍ବନ୍ଧୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ନାବାର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟର ଡ଼ିଜିଏମ୍ ପି.ଆର୍ ଝା, ସିଡ଼ିଭିଓ (ଗଂଜାମ) ଡା. ତ୍ରିନାଥ ନାୟକ, ଜିଲ୍ଲା ମ୍ୟାନେଜର ଏ.କେ. ପଣ୍ଡା, ନାବାର୍ଡ଼ର ଜିଲ୍ଲା ପ୍ରବନ୍ଧକ ସୁମନ ସୌରଭ ସାହୁ ଏବଂ ନିଷ୍ଟ କଲେଜର ପ୍ରଫେସର ରତ୍ନାକର ମିଶ୍ର ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ଏହି ଦୁଇଟି ଯୋଜନା ଉପରେ ରଖିଥିଲେ ।

ଏହି କର୍ମଶାଳାରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବ୍ଳକ୍ ପ୍ରାଣୀଧନ ପଦାଧିକାରୀ ଏବଂ କୃଷି ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୃଣମୂଳସ୍ତରରେ ଯୋଜନା କାର୍ଯ୍ୟକାରୀ କରିବାରେ ରହୁଥିବା ତ୍ରୁଟିବିଚ୍ୟୁତି ଓ ଅସୁବିଧା ଉପରେ ଏଠାରେ ଆଲୋଚନା ସହ ସମାଧାନ କରାଯାଇଥିଲା ।

 

Related posts