ଝଙ୍କଡ଼ ଶାରଳା ମନ୍ଦିର ପରିଦର୍ଶନ କଲେ ଓଡିଶା ଦୁର୍ନୀତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

Published: Feb 23, 2020, 1:54 pm IST

ରମେଶ ମହାନ୍ତି

ଜଗତସିଂହପୁର: ଓଡିଶାର ବାଣୀକ୍ଷେତ୍ର ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ଓଡ଼ିଶା ଦୁର୍ନୀତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଶନିବାର ସନ୍ଧ୍ୟାରେ ପହଂଚିଥିଲେ ଓଡିଶା ଦୁର୍ନିତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏବଂ ତାଙ୍କ ସହିତ ଥିଲେ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ର।

ଏହି ଅବସରରେ ଶାରଳା ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭୋଳ, ତିର୍ତ୍ତୋଲ ଥାନାର ଆଇ.ଆଇ.ସି କୃଷ୍ଣପ୍ରସାଦ ମିଶ୍ରଙ୍କ ସମେତ ସ୍ଥାନୀୟ ପଣ୍ଡା ସେବକ ଓ ସ୍ଥାନୀୟ ଜନସାଧାରଣ ଶ୍ରୀ ପ୍ରାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଠାକୁରାଣୀଙ୍କ ମନ୍ଦିର ବେଢା ପରିକ୍ରମା କରିବା ପରେ ଶ୍ରୀ ପାଣିଗ୍ରାହୀ ମନ୍ଦିରର ପରିସ୍କାର ପରିଚ୍ଛନତା ନେଇ  ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିବା ଜଣାପଡିଛି।

Related posts