ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍ଵାଲ କହିଛନ୍ତି ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ସେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନରେ ବସିବେ। କେଜ୍ରିଓ୍ଵାଲ ଏହା ମଧ୍ୟ କହିଛନ୍ତି ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କରିବା ପାଇଁ ଆମେ ଆନ୍ଦୋଳନ ଆରମ୍ଭ କରିଛୁ। ଯେ ପର୍ଯ୍ୟନ୍ତ ଦିଲ୍ଲୀକୁ ଏହି ମାନ୍ୟତା ପ୍ରଦାନ କରାନଯାଇଛି ସେ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ କହିଛନ୍ତି ଯେ, ପୂରା ଦେଶରେ ଗଣତନ୍ତ୍ର ଲାଗୁ ହୋଇଛି, ମାତ୍ର ଦିଲ୍ଲୀରେ ଏମିତି ବ୍ୟବସ୍ଥା ନାହିଁ। ଜନତା ଭୋଟ୍ କରି ସରକାର ଚୟନ କରନ୍ତି, ମାତ୍ର ଏଠାରେ ସରକାରଙ୍କ ପାଖରେ କୌଣସି ଶକ୍ତି ନାହିଁ। ଏଥିପାଇଁ ଆମେ ମାର୍ଚ୍ଚ ୧ରୁ ଆନ୍ଦୋଳନ ଆରମ୍ଭ କରୁଛୁ ବୋଲି କେଜ୍ରିଓ୍ଵାଲ କହିଛନ୍ତି।