ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି : ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି

Published: Feb 26, 2020, 9:22 am IST

ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ବିଗତ ଦୁଇ ଦିନ୍ ଧରି ଚାଲିଥିବା ଏହି ହିଂସାକାଣ୍ଡରେ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 150ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ କାରଣରୁ ଉତ୍ତର ପୂର୍ବ ଦିଲ୍ଲୀରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଜାରି ରହିଥିବା ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାମ ନେଉନାହିଁ । ବିଜେପି ସଦାସର୍ବଦା ହିଂସା ଏବଂ ଦଙ୍ଗାର ରାଜନୀତି କରୁଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଟ୍ବିଟ୍‌ କରିଛନ୍ତି । ସେହିପରି ବିଜେପିର ବିବାଦୀୟ ନେତା କପିଲ ମିଶ୍ର ମଧ୍ୟ ଏକ ଟ୍ବିଟ୍‌ କରିଛନ୍ତି । ଆକ୍ରମଣରେ ନିହତ ପୋଲିସ୍‌ କନେଷ୍ଟବଳଙ୍କ ପରିବାରକୁ 1 କୋଟିର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେଜ୍ରିଓ୍ବାଲଙ୍କୁ ଟ୍ବିଟ୍‌ କରିଛନ୍ତି କପିଲ୍‌ । (ଏଜେନ୍ସି)

Related posts