
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣକ ହେଲେ କୋଦଳା ଅଂଚଳର ଉପେନ୍ଦ୍ର ମହାରଣା । ୪୨ ବର୍ଷୀୟ ଉପେନ୍ଦ୍ର ଆସିକାରୁ କୋଦଳା ଯାଉଥିବାବେଳେ କବିସୂର୍ଯ୍ୟନଗର ବଜାର ଛକରେ ନିଜ ବାଇକ୍ଟିକୁ ସାଇଡ଼୍ କରି ଠିଆ ହୋଇଥିଲେ। ହଠାତ୍ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି
Tags: