ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା: ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ମିଳିବ ସଂରକ୍ଷଣ

Published: Feb 28, 2020, 2:18 pm IST

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବା ପୂର୍ବକ ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାର ଅଧ୍ୟାଦେଶର ଘୋଷଣା କରିଛି। ଏହି ସଂରକ୍ଷଣ ନେଇ ନବାବ୍‌ ମଲ୍ଲିକ କହିଛନ୍ତି ଯେ, ଶିକ୍ଷଣ ସଂସ୍ଥାରେ ମୁସଲମାନଙ୍କୁ 5 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍କୁଲ, କଲେଜ ଆଦିରେ ଏହି ଆରକ୍ଷଣ ଦିଆଯିବା ନେଇ ହାଇକୋର୍ଟ ମାନ୍ୟତା ଦେଇଛନ୍ତି। ସେହିପରି ଚାକିରି ଓ ପ୍ରାଇଭେଟ୍‌ ସ୍କୁଲରେ ସଂରକ୍ଷଣ ନେଇ ସରକାର ବିଚାର କରୁଛନ୍ତି। ରାଜ୍ୟରେ କଂଗ୍ରେସ-ଏନ୍‌ସିପି ଓ ଶିବସେନା ମେଣ୍ଟର ସରକାର ଚାଲିଛି।

ତେବେ ମୁସଲମାନଙ୍କ ସଂରକ୍ଷଣକୁ ନେଇ ବିଜେପି ବିରୋଧ କରିବ ବୋଲି ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ କହିଛନ୍ତି। ଧର୍ମ ଆଧାରରେ କରାଯାଉଥିବା ଯେକୌଣସି ସଂରକ୍ଷଣର ବିରୋଧ କରିବେ ବୋଲି ବିଜେପି କହିଛି। (ଏଜେନ୍ସି)

Related posts