Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଆଁଳା ଶିଶୁଙ୍କୁ ଅପହରଣ ପରେ ହତ୍ୟା : ମଧ୍ୟପ୍ରଦେଶରେ ହଙ୍ଗାମା
ଆଜିର ଖବର

ଯାଆଁଳା ଶିଶୁଙ୍କୁ ଅପହରଣ ପରେ ହତ୍ୟା : ମଧ୍ୟପ୍ରଦେଶରେ ହଙ୍ଗାମା

February 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶର ସତାନାର ସ୍କୁଲବସରୁ ଅପହରଣ ହୋଇଥିବା ଯାଆଁଳା ଶିଶୁଙ୍କୁ ଅପହରଣକାରୀମାନେ ହତ୍ୟା କରିଦେଇଛନ୍ତି । ଦୁଇ ଶିଶୁଙ୍କ ମୃତ ଶରୀର  ଉତ୍ତରପ୍ରଦେଶର ବାନ୍ଦାଠାରୁ ମିଳିଛି । ଏହି ମୃତ ଶିଶୁଦ୍ୱୟଙ୍କ ନାମ ହେଉଛି ଦେବାଂଶ ଓ ପ୍ରିୟାଂଶ । ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ଟଙ୍କା ପାଇଁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ୍‌ ୬ଜଣଙ୍କୁ ଗିରଫକରିଛନ୍ତି । ଫେବୃଆରୀ ୧୨ ତାରିଖରେ ସତାନାର ଏକ ସ୍କୁଲ ବସରୁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇଥିଲା । ଶିଶୁ ଦ୍ଵୟ  ନ ମିଳିବା ଓ ପରିଶେଷରେ ତାଙ୍କ ମୃତ ଦେହ ମିଳିବାକୁ ନେଇ ସାଧାରଣ ଲୋକେ ମଧ୍ୟପ୍ରଦେଶର ପୁଲିସ୍‌ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଜନସାଧାରଣ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ପୂର୍ବରୁ ଆଇନ୍‌ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମଲନାଥଙ୍କ ସରକାର ଦୁଇ ନିର୍ଦ୍ଦୋଷ ଶିଶୁଙ୍କ ଜୀବନକୁ ବଞ୍ଚାଇ ନ ପାରିବା ତାଙ୍କ ଅପାରଗପଣିଆ ବୋଲି ସାଧାରଣରେ କହି ହଙ୍ଗାମା ସୃଷ୍ଟି କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026
Latest News

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.