
ରଞ୍ଜିତ ପଣ୍ଡା
କୁଜଙ୍ଗ: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ପାରାଦୀପ ଲକ୍ ଥାନା ସମ୍ମୁଖରେ ଜଣେ ଯୁବକଙ୍କୁ ଟ୍ରକ୍ ଚାପି ଦେବାରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। 5 ନମ୍ବର ଜାତୀୟ ରାଜପଥରେ ଚଣ୍ଡୀଖୋଲରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ସହିତ ଯୁବକଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଏରସମା ବ୍ଲକ୍ ଅନ୍ତର୍ଗତ ନେମାଳ ଗ୍ରାମର ଜଗୁ ମଲିକ୍ ନାମକ ଏହି ଯୁବକ ଜଣକ ନିଜ ମାଉସୀ ଘରକୁ ଯାଉଥିଲେ। ଟ୍ରକ୍ଟି ଯୁବକଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।