Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ’ଣ ନୂଆ ଆଇଡିଆ ନେଇ ଆସୁଛନ୍ତି ମୋଦି !
ଆଜିର ଖବର

କ’ଣ ନୂଆ ଆଇଡିଆ ନେଇ ଆସୁଛନ୍ତି ମୋଦି !

March 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ଛାଡିବା ଉପରେ ବିଚାର କରୁଛନ୍ତି । ଟୁଇଟ୍‌ କରି ସେ ରବିବାର ଦିନ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏହି ସୂଚନା ସେ ତାଙ୍କ ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲରେ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଟୁଇଟ୍‌ ପରେ ଏକପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ବିଶ୍ୱରେ ରାଜନେତାଙ୍କ ମଧ୍ୟରେ ସର୍ବାଧିକ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ମୋଦିଙ୍କର ସ୍ଥାନ ରହିଛି। ଏପରିକି ସେଲ୍‌ଫି ଉଠାଇବାର ଟ୍ରେଣ୍ଡ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆକୁ ଛାଡିବା ନେଇ କିଛି ‘ଇନୋଭେଟିଭ୍‌ ଆଇଡିଆ‘ ନେଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି । ଏପରିକି ଭାରତ ସରକାର ତରଫରୁ କିଛି ନୂଆ ପ୍ଲାଟଫର୍ମ ଆଣିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଇପାରେ । ତେବେ ଆମକୁ ଏହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । ମୋଦିଙ୍କ ଟୁଇଟରେ ଫଲୋୟର୍ସଙ୍କ ସଂଖ୍ୟା ରହିଛି ପାଖାପାଖି 5 କୋଟି 33 ଲକ୍ଷ।  ଫେସବୁକ୍‌ରେ ମୋଦିଙ୍କ 4 କୋଟି 45 ଲକ୍ଷ ଫଲୋୟର୍ସ ରହିଛନ୍ତି । ସେହିପରି ଇନ୍‌ଷ୍ଟାଗ୍ରାମରେ ଏହି ସଂଖ୍ୟା 3 କୋଟି 52ଲକ୍ଷ ।

ତେବେ ମୋଦିଙ୍କ ସୋସିଆଲ ମିଡିଆ ଛାଡିବାକୁ ନେଇ ଟୁଇଟ୍‌ ପରେ ପରେ ମୋଦିଙ୍କ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆ ନ ଛାଡିବାକୁ ଅନୁରୋଧ କରିବା ଆରମ୍ଭ କରିଥିଲେ। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ #NoSir ଟପ୍‌ ଟ୍ରେଣ୍ଡରେ ନଜର ଆସିଲା। ଭାରତରେ ଏହା ଟପ୍‌ ଟ୍ରେଣ୍ଡରେ ଥିବା ବେଳେ #NarendraModi ଦ୍ୱିତୀୟ ସ୍ଥାନରେ ଓ #modiji ତୃତୀୟ ସ୍ଥାନରେ ଟ୍ରେଣ୍ଡ କରିବାକୁ ଲାଗିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡିଆକୁ ଛାଡିବାର ଘୋଷଣା କରିବା ଅନେକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ମୋଦି ସୋସିଆଲ ମିଡିଆକୁ ଛାଡି ଅନ୍ୟ କିଛି ଯୋଜନା କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଏହାକୁ ନେଇ କଂଗ୍ରେସ ଟାର୍ଗେଟ କରି କହିଛି ଯେ, ମୋଦି ଅନ୍ୟ ସବୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏପରି ଏକ ଟୁଇଟ୍‌ କରିଛନ୍ତି । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ପ୍ରସଙ୍ଗରେ କହିଥିଲେ ଯେ, ମୋଦି ସୋସିଆଲ ମିଡିଆକୁ ନୁହେଁ ଘୃଣାକୁ ଛାଡନ୍ତୁ ବୋଲି କହିଥିଲେ । ତେବେ ରବିବାର ଦିନ ଏହି ପ୍ରସଙ୍ଗ ଉପରୁ ପରଦା ହଟିବ ।

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.