
ଆମେରିକାର କାଲିଫର୍ଣ୍ଣିଆର ଡଲ୍ବି ଥିଏଟରରେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଓସ୍କାର ଆଓ୍ଵାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତରୁ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ’ କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଅପରପକ୍ଷରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ‘ରୋମା’କୁ ଓସ୍କାର ଆୱାର୍ଡ ମିଳିଛି। ଓସ୍କାରର ୧୦ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି। ୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍ ଇଫ୍ ବିଲ୍ ଷ୍ଟ୍ରିଟ୍ କୁଡ ଟକ୍ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ, ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ ସ୍ପାଇଡର ମ୍ୟାନ୍, ଇନ୍ଟୁ ଦ ସ୍ପାଇଡର୍ ବର୍ସ, ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ଫାର୍ଷ୍ଟ ମ୍ୟାନ୍ ଏବଂ କଷ୍ଟ୍ୟୁମ୍ ଡିଜାଇନ ଶ୍ରେଣୀରେ ରୁଥ୍ କାର୍ଟରକୁ ପୁରସ୍କୃତ କରାଯାଇଛି। ପ୍ରଥମର ଥର ପାଇଁ ଏହି ଓସ୍କାର ଆୱାର୍ଡ ଉତ୍ସବଟି ବିନା ହୋଷ୍ଟରେ ପରିଚାଳିତ ହୋଇଥିଲା ।