Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସଂସ୍କୃତି ସିନେମା

ଓସ୍କାର ଆୱାର୍ଡ ଦୌଡରେ ମଲୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’

ନୂଆଦିଲ୍ଲୀ : 93ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମଲାୟାଲମ୍‌ ଫିଲ୍ମ ‘ଜଲ୍ଲିକଟୁ’ମନୋନୀତ କରାଯାଇଛି । ଫିଲ୍ମ ବା ମନୋରଞ୍ଜନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ସମ୍ମାନଜନକ ଆଓ୍ବାର୍ଡ ହେଉଛି ଓସ୍କାର ଆଓ୍ବାର୍ଡ ।  ଓସ୍କାର ଆଓ୍ବାର୍ଡ ଦୌଡ଼ରେ ସାମିଲ୍‌ ହୋଇଛି ମଲୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ । ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସଂପର୍କ ଓ ଭାବପ୍ରବଣତାକୁ ଅତି ନିଖୁଣ ଭାବରେ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ।ଏହି ଫିଲ୍ମକୁ ଭାରତୀୟ ଚଳଚିତ୍ର ଫେଡେରେସନ୍ ଜୁରିର ମୁଖ୍ୟ ଫିଲ୍ମ ନିର୍ମାତା, ରାହୁଲ୍ ରାୱେଲ୍ ଚୟନ କରିଛନ୍ତି । ଭାରତ ତରଫରୁ ଓସ୍କାର ଦୌଡରେ ବେଷ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହି ଫିଲ୍ମ ଚୟନ କରାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି,ଲିଜୋ ଜୋସେ ପେଲିସେରି । ଏହି ମଲାୟାଲମ୍‌ ଫିଲ୍ମଟି 26ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେସାମିଲ୍‌ ହୋଇଛି  । ଏହି ରେସ୍‌ରେ ଶକୁନ୍ତଳା ଦେବୀ, ଗୁଞ୍ଜ ସକ୍‌ସେନା,ଗୁଲାବୋ ସିତାବୋ, ସିରିୟସ୍‌ ମେନ୍‌, ଦି ପିଙ୍କ ସ୍ପାଇ ଓ ମରାଠୀ ଫିଲ୍ମ ବିଟରସ୍ବିଟ୍‌ ଓ ଡିସାଇପଲ୍‌ ମଧ୍ୟ ରହିଥିଲେ ।

Categories
ଆଜିର ଖବର ମନୋରଂଜନ ସିନେମା

46 ବର୍ଷରେ ପାଦଦେଲେ କ୍ରିଷ୍ଟିଆନ୍‌ ବେଲ୍‌

ମୁମ୍ବାଇ : ବ୍ୟାଟମ୍ୟାନ୍‌ ଚରିତ୍ରରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ବେଲ୍‌ 46 ବର୍ଷରେ ପଦାର୍ପଣ କରିଛନ୍ତି । 30 ଜାନୁୟାରୀ 1974ରେ ଜନ୍ମିତ କ୍ରିଷ୍ଟିଆନ୍‌ 16 ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିଲେ । 2010ରେ ଫିଲ୍ମ ଫାଇଟର୍‌ ପାଇଁ ଶ୍ରେଷ୍ଠ ସହ ଅଭିନେତା ବର୍ଗରେ ଓସ୍କାର ହାସଲ କରିଥିବା ବେଳେ ବେଲ୍‌ଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା ଡିସି କମିକ୍‌ର ବ୍ୟାଟମ୍ୟାନ୍‌ । ବ୍ୟାଟ୍‌ମ୍ୟାନ୍‌/ବ୍ରୁସ୍‌ ଓ୍ବେନ୍‌ ଚରିତ୍ରରେ ପରିଚୟ ହାସଲ କରିଥିବା ବେଲ୍‌ ଦୁଇଥର ଗୋଲ୍ଡେନ୍‌ ଗ୍ଲୋବ ମଧ୍ୟ ହାସଲ କରିଛନ୍ତି । ଆଗାମୀ ଦିନରେ ବେଲ୍‌ ମାର୍ଭେଲ୍‌ର ଥର : ଲଭ୍‌ ଆଣ୍ଡ ଥଣ୍ଡରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବେଲ୍‌ଙ୍କ ବ୍ୟତିତ କ୍ରିସ୍‌ ହେମ୍‌ସଓ୍ବର୍ଥ ଏବଂ ନାତାଲି ପୋର୍ଟମ୍ୟାନ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

Categories
ଆଜିର ଖବର

ଓସ୍କାର ଦୌଡରୁ ବାଦ ପଡିଲା ଗଲିବୟ : ଟ୍ବିଟ୍ଟରରେ ଜୂରୀକୁ ସମାଲୋଚନା

ମୁମ୍ବାଇ,18/12 : ଓସ୍କାର ଦୌଡରେ ରହିଥିବା ଏକମାତ୍ର ଭାରତୀୟ ଚଳଚିତ୍ର ଗଲିବୟ ଓସ୍କାର ଦୌଡରୁ ବାଦ ପଡିଛି । ମଙ୍ଗଳବାର ଓସ୍କାର କମିଟି ପକ୍ଷରୁ ଫିଲ୍ମଟି ବାଦ ପଡିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ଫିଲ୍ମ ପ୍ରଶଂସକ ଭାରତୀୟ ଜୁରିକୁ ଦୋଷ ଦେବା ଆରମ୍ଭ କରିଥିଲେ । ଅନ୍ଧାନ୍ଧୁନ ଏବଂ ତୁମ୍ବାଡ ପରି ଫିଲ୍ମକୁ ବାଦ ଦେଇ ଜୁରୀ ପକ୍ଷରୁ ଗଲିବୟକୁ ମନୋନୀତ କରାଯାଇଥିଲା । ବିଦେଶୀ ଫିଲ୍ମ ବର୍ଗରେ ବଙ୍ଗ ଜୁନ୍‌ ହୁଙ୍କ ପାରାସାଇଟ୍‌ ରହିଥିବା ବେଳେ ଗଲିବୟ ଏହି ତାଲିକାରୁ ବାଦ ପଡିଛି । (ଏଜେନ୍ସୀ)

Categories
ଆଜିର ଖବର

୯୧ତମ ଓସ୍କାର ଆୱାର୍ଡ :  ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’କୁ ମିଳିଲା ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର

ଆମେରିକାର କାଲିଫର୍ଣ୍ଣିଆର ଡଲ୍‌ବି ଥିଏଟରରେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଓସ୍କାର ଆଓ୍ଵାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତରୁ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’ କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଅପରପକ୍ଷରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ‘ରୋମା’କୁ ଓସ୍କାର ଆୱାର୍ଡ ମିଳିଛି। ଓସ୍କାରର ୧୦ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି। ୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍‌ ଇଫ୍‌ ବିଲ୍‌ ଷ୍ଟ୍ରିଟ୍‌ କୁଡ ଟକ୍‌ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ, ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ ସ୍ପାଇଡର ମ୍ୟାନ୍‌, ଇନ୍‌ଟୁ ଦ ସ୍ପାଇଡର୍‌ ବର୍ସ, ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ ଫାର୍ଷ୍ଟ ମ୍ୟାନ୍‌ ଏବଂ କଷ୍ଟ୍ୟୁମ୍‌ ଡିଜାଇନ ଶ୍ରେଣୀରେ ରୁଥ୍‌ କାର୍ଟରକୁ ପୁରସ୍କୃତ କରାଯାଇଛି। ପ୍ରଥମର ଥର ପାଇଁ ଏହି  ଓସ୍କାର ଆୱାର୍ଡ ଉତ୍ସବଟି ବିନା ହୋଷ୍ଟରେ ପରିଚାଳିତ ହୋଇଥିଲା ।