46 ବର୍ଷରେ ପାଦଦେଲେ କ୍ରିଷ୍ଟିଆନ୍‌ ବେଲ୍‌

Published: Jan 30, 2020, 8:23 pm IST

ମୁମ୍ବାଇ : ବ୍ୟାଟମ୍ୟାନ୍‌ ଚରିତ୍ରରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ବେଲ୍‌ 46 ବର୍ଷରେ ପଦାର୍ପଣ କରିଛନ୍ତି । 30 ଜାନୁୟାରୀ 1974ରେ ଜନ୍ମିତ କ୍ରିଷ୍ଟିଆନ୍‌ 16 ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିଲେ । 2010ରେ ଫିଲ୍ମ ଫାଇଟର୍‌ ପାଇଁ ଶ୍ରେଷ୍ଠ ସହ ଅଭିନେତା ବର୍ଗରେ ଓସ୍କାର ହାସଲ କରିଥିବା ବେଳେ ବେଲ୍‌ଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା ଡିସି କମିକ୍‌ର ବ୍ୟାଟମ୍ୟାନ୍‌ । ବ୍ୟାଟ୍‌ମ୍ୟାନ୍‌/ବ୍ରୁସ୍‌ ଓ୍ବେନ୍‌ ଚରିତ୍ରରେ ପରିଚୟ ହାସଲ କରିଥିବା ବେଲ୍‌ ଦୁଇଥର ଗୋଲ୍ଡେନ୍‌ ଗ୍ଲୋବ ମଧ୍ୟ ହାସଲ କରିଛନ୍ତି । ଆଗାମୀ ଦିନରେ ବେଲ୍‌ ମାର୍ଭେଲ୍‌ର ଥର : ଲଭ୍‌ ଆଣ୍ଡ ଥଣ୍ଡରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବେଲ୍‌ଙ୍କ ବ୍ୟତିତ କ୍ରିସ୍‌ ହେମ୍‌ସଓ୍ବର୍ଥ ଏବଂ ନାତାଲି ପୋର୍ଟମ୍ୟାନ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

Related posts