ରାଜନୀତିରେ ପାଦ ଥାପିବେ ରର୍ବଟ ଭଦ୍ରା  !

Published: Feb 25, 2019, 1:42 pm IST
Robert Vadra to join politics

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋସିଆଲ ମିଡିଆରେ ରବର୍ଟ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ଏହାର ଠିକ୍‌ ଗୋଟିଏ ଦିନପରେ ଏବେ ରବର୍ଟଙ୍କର ଏକ ପୋଷ୍ଟର ଏହାକୁ ଆହୁରି ସରଗରମ କରିଛି । ତେବେ ପୋଷ୍ଟରଟି ଉତ୍ତର ପ୍ରଦେଶରେ ଲାଗିଥିବା ବେଳେ ଏଥିରେ ରବର୍ଟଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ମୁରାଦାବାଦ ଯୁବ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ମୁରାଦାବାଦ ଲୋକ ସଭା ଆସନରେ ରବର୍ଟ ଭଦ୍ରାଙ୍କ ନିର୍ବାଚନ ଲଢିବାକୁ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରବର୍ଟ ଭଦ୍ରାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏଭଳି ଆଲୋଚନା କରାଯାଉଛି। ଉକ୍ତ ପୋଷ୍ଟରେ ଭଦ୍ରା ଭାଜପା ସରକାରଙ୍କ ଉପରେ ବର୍ଷିଥିବାବେଳେ ତେବେ ସରକାର ତାଙ୍କ ନାଁକୁ ଖରାପ କରିବାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ସେ କହିଛନ୍ତି। ଜନତା ତାଙ୍କ ସମ୍ପର୍କରେ ସବୁ ଜାଣିଛନ୍ତି। ସେଥିପାଇଁ ସେମାନେ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି। ତେଣୁ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ପ୍ରମାଣ ହେବା ପରେ ସେ ସେଥିରୁ ମୁକ୍ତି ପାଇବା ପରେ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ବିଭିନ୍ନ ରାଜ୍ୟ ଗସ୍ତ କରିଛନ୍ତି ଲୋକଙ୍କ ସହ ମିଶିଛନ୍ତି। ଆଗକୁ ମଧ୍ୟ ସେ ଏହା ଜାରି ରଖିବେ ବୋଲି କହିଥିଲେ । ପରେ ପରେ ଭଦ୍ରାଙ୍କର ଏପରି ପୋଷ୍ଟକୁ ଦେଖିଲା ପରେ ଜିଜାଜୀଙ୍କ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ ଆଲୋଚନା ଜୋର ଧରିଛି।

Related posts