ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

Published: Mar 6, 2020, 10:52 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 17ଟି ରାଜ୍ୟର 55ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ 13 ନାମାଙ୍କନ ଦାଖଲର ଶେଷ ତାରିଖ। 26ରେ ହେବ ନିର୍ବାଚନ। ଓଡ଼ିଶାର ମଧ୍ୟ 4ଟି ନିର୍ବାଚନ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଆସନକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ଣତା ଲାଗି ରହିଛି।

Related posts