Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମଲନାଥ ସରକାର ଉପରେ ସଂକଟର କଳାବାଦଲ : କିଛି ବିଧାୟକ ଦେଇପାରନ୍ତି ଇସ୍ତଫା
ଆଜିର ଖବର

କମଲନାଥ ସରକାର ଉପରେ ସଂକଟର କଳାବାଦଲ : କିଛି ବିଧାୟକ ଦେଇପାରନ୍ତି ଇସ୍ତଫା

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି।  ଗୁରୁବାର ବିଳମ୍ବିତ ରାତ୍ରିରେ କଂଗ୍ରେସର ମନ୍ଦସୌର୍‌ ଜିଲ୍ଲାର ସୁବାସରାରୁ ବିଧାୟକ ହରଦୀପ ସିଂ ଡାଙ୍ଗ୍‌ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇ ଦଳକୁ ଏକପ୍ରକାର ଝଟ୍‌କା ଦେଇଛନ୍ତି । ସେହିପରି ଡାଙ୍ଗଙ୍କ ସହିତ ବେଙ୍ଗାଲୁରୁରେ ରହିଥିବା କଂଗ୍ରେସ ଏମଏଲଏ ବିସାହୁଲାଲ୍‌ ସିଂହ, ରଘୁରାଜ ସିଂହ କଂସାନା ଓ ନିର୍ଦ୍ଦଳୀୟ ବିଧାୟକ ସୁରେନ୍ଦ୍ର ସିଂହ ଶେରା ଗୁରୁବାର ମଧ୍ୟ ଭୋପାଳ ଫେରିନାହାନ୍ତି। ତିନି ଦିନ ଧରି ନିଖୋଜ ରହିଥିବା କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶରେ ଆସିଥିବା ରାଜନୈତିକ ସଂକଟକୁ ଦୃଷ୍ଟିରେ ରଖି ଏବେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ପାଇଁ ମୁଖ୍ୟମନ୍ତ୍ରୀ କମଲ ନାଥ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ସୂଚନା ରହିଛି। ଏହି ଫର୍ମୁଲା ଜରିଆରେ ଅସନ୍ତୁଷ୍ଟ ବିଧାୟକ ତଥା ବାହାରୁ ସହଯୋଗ କରୁଥିବା ଦଳକୁ ସନ୍ତୁଷ୍ଟ କରାଯିବ, ଯେମିତିକି ବିଜେପି ଆଉ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ସୁଯୋଗ ପାଇବ ନାହିଁ । ବିଜେପି କିନ୍ତୁ କର୍ଣ୍ଣାଟକ ପରି ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟିକରିବାକୁ ଜୋରସୋର୍‌ରେ ଉଦ୍ୟ ଜାରି ରଖିଛି ।

ସେହିପରି କଂଗ୍ରେସ ମଧ୍ୟ ବିଜେପିର କିଛି ବିଧାୟକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛି। ବିଧାୟକ ନାରାୟଣ ତ୍ରିପାଠୀ, ଶରଦ କୋଲ ଓ ସଂଜୟ ପାଠକ ପ୍ରମୁଖ କଂଗ୍ରେସରେ ଯୋଗଦେଇ ପାରନ୍ତି ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ କମଲନାଥ ଓ ବରିଷ୍ଠ ରାଜନେତା ଦିଗବିଜୟ ସିଂହ ମିଶି ରାଜ୍ୟ ରାଜନୀତିରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି ।

Congress kamalnath
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.