ସ୍କର୍ପିଓ-ଟ୍ରାକ୍ଟର ଧକ୍କାରେ 11 ମୃତ, 4ଗୁରୁତର

Published: Mar 7, 2020, 9:14 am IST

ନୂଆଦିଲ୍ଲୀ : ଆଜି ଭୋର୍‌ ସମୟରେ ବିହାରର ମୁଜାଫରପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଣ୍ଟି ଅଞ୍ଚଳରେ ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଶକ୍ତ ଧକ୍କା ହେବା ଫଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Related posts