
କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର 80 ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କର୍କଟ ପୀଡ଼ିତାଙ୍କ ପାଇଁ ସେମାନେ ଏହି କେଶ ଦାନ କରିଛନ୍ତି ।ଏହି କେଶରେ କ୍ୟାନସର୍ ପୀଡ଼ିତାଙ୍କ ପାଇଁ ଓ୍ବିଗ୍ ପ୍ରସ୍ତୁତ ହେବ। ଛାତ୍ରୀମାନେ କହିଛନ୍ତି ଯେ, କର୍କଟ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ଅସମର୍ଥ। କିନ୍ତୁ ତାଙ୍କ ମୁହଁରେ ହସ ଫୁଟାଇବା ଲାଗି ସେମାନେ ଏପରି ଏକ ନିଆରା ପଦକ୍ଷେପ ନେଇଛନ୍ତି । କେମୋଥେରାପି ପରେ କର୍କଟ ପୀଡ଼ିତଙ୍କ କେଶ ଉପୁଡି ଯାଇଥାଏ। ତେଣୁ ସେମାନେ ଦାନ କରିଥିବା ଏହି କେଶରେ ସେମାନଙ୍କ ପାଇଁ ଓ୍ବିଗ୍ ପ୍ରସ୍ତୁତ ହେବ। ଏହି ଅଭିଯାନରେ 200 ଜଣ ଛାତ୍ରୀ ସେମାନଙ୍କ କେଶ ଦାନ କରିବେ ବୋଲି ସୂଚନା ରହିଛି।(ଏଜେନ୍ସି)
Tags: cancer patient, donate hair