
ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍ଏମ୍ଏମ୍) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି। ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ତେବେ ତାଙ୍କ ଦଳ ଉପରେ ଯେଉଁ ଅଭିଯୋଗ ଆସିଛି କି ଏମ୍ଏମ୍ଏମ୍ ଭାଜପାର ବି ଦଳ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତାମିଲ୍ ଲୋକଙ୍କର ହଜିଯାଇଥିବା ରାଜନୈତିକ ଗାରିମା ଓ ଲୋକାଚାର ପାଇଁ ଏହି ପାର୍ଟି କାମ କରିବ । ଧର୍ମନିରପେକ୍ଷତା, ଶିକ୍ଷା ତଥା ଗରିବୀଙ୍କ ପାଇଁ ତାଙ୍କ ପାର୍ଟିର ବିଶେଷ ଦୃଷ୍ଟି ଦିଏ ବୋଲି କମଲ କହିଛନ୍ତି ।