ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ

Published: Feb 25, 2019, 4:51 pm IST

ଏକତରଫା ପ୍ରେମକୁ ନେଇ ଯାଜପୁରର ଧର୍ମଶାଳା ଜିଲ୍ଲାର ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛି । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ଏକ ତରଫା ଭାବେ ଭଲ ପାଉଥିଲେ ଏହି ଯୁବକ ଜଣକ। ଏପରି କି ଅନେକ ସମୟରେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ଏହାକୁ ଏଡାଇ ଯାଉଥିଲେ । ଆଜି ସେହି ଯୁବକଜଣଙ୍କ ଯୁବତୀଙ୍କୁ ଏକ ମନ୍ଦିରକୁ ଡାକିଥିଲେ ।ଯୁବତୀଜଣଙ୍କ ମନ୍ଦିରରେ ପହଁଚିବା ପରେ ସେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ।  ଏହା ପରେ ଅଭିଯୁକ୍ତ ଯୁବକ ସେହି ଭୁଜାଲିରେ ନିଜକୁ ମଧ୍ୟ ହାଣି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭ ର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ  ଯୁବକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts