Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩ୟ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ
ଆଜିର ଖବର

୩ୟ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ

March 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯’ । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି ପୁରସ୍କାରର ତୃତୀୟ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଇବା ବେଳେ ଲେଖିକା, ଶିକ୍ଷାବିତ୍ ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ପଞ୍ଚମୀ ମାନୁ ଉକିଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କଥାଶିଳ୍ପୀ ଓ ସାମ୍ବାଦିକ ତଥା ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ବ କରିଥିଲେ।

ଏ ଅବସରରେ ୪୦ ବର୍ଷରୁ କମ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ଯୁବ ପ୍ରତିଭାଙ୍କ ମଧ୍ୟ୍ୟରେ ୭ ଜଣ ଓଡ଼ିଆ ଲେଖକ ଥିବା ବେଳେ ଜଣେ ହିନ୍ଦୀ ଓ ୨ ଜଣ ଇଂରାଜୀରେ ଲେଖାଲେଖି କରୁଥିବା ଯୁବ ଲେଖକ ଅଛନ୍ତି। ଓଡ଼ିଆ ପାଣ୍ଡୁଲିପି ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଉଥିବା ୭ ଜଣ ପ୍ରତିଭା ହେଲେ ଫିଚର ପାଣ୍ଡୁଲିପି ‘ରଜାଘର କଥା’ ପାଇଁ ହରିହର ପଣ୍ଡା, ଉପନ୍ୟାସ ‘ମହାସତୀ’ ପାଇଁ କୃପାସିନ୍ଧୁ ପ୍ରଧାନ, ‘ସବୁ ରାତି ତୁମ ପାଇଁ’ କବିତା ପାଣ୍ଡୁଲିପି ନିମନ୍ତେ କ୍ଷୀରୋଦିନୀ ବେହେରା, ଗୀତିକବିତା ସଂକଳନ ‘କେବେ ଶହେ କେବେ ଶୂନ’ ପାଇଁ ସୁବ୍ରତ ସ୍ବାଇଁ, କବିତା ପାଣ୍ଡୁଲିପି ‘ଅନ୍ଧାରର ଆରାଧନା’ ପାଇଁ ସ୍ବରୂପ କୁମାର ନାୟକ, କବିତା ପାଣ୍ଡୁଲିପି ‘ମୁକ୍ତି ଅଭିଷିକା’ ପାଇଁ ଦଶରଥ ହେମ୍ବ୍ରମ ଓ କବିତା ପାଣ୍ଡୁଲିପି ‘କାଶତଣ୍ଡି’ ପାଇଁ ଲୋକନାଥ ସାହୁ। ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ରାବ୍‌ତା’ ନିମନ୍ତେ ଗାୟତ୍ରୀ ମାଭୁରୁ, ଇଂରାଜୀ ଉପନ୍ୟାସ ‘ଦୋଜ୍‌ କ୍ରେଜି ସେଭେନ୍‌ ଇଅର୍ସ’ ପାଇଁ ଶୁଭ୍ରାଂଶୁ ଶେଖର ଓଝା ଓ ଇଂରାଜୀ କବିତା ପାଣ୍ଡୁଲିପି ‘ଦ ଅକ୍ଟାହେଡ୍ରାଲ୍‌ ଭର୍ସେସ୍’ ପାଇଁ ଅଭିଷେକ ପାଣିଙ୍କୁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026
Latest News

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.