ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଲା, କେରଳରେ ତିନି ବର୍ଷର ଶିଶୁ ଦେହରେ ଭୂତାଣୁ ଚିହ୍ନଟ

Published: Mar 9, 2020, 10:55 am IST

କେରଳ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳୁ ଏନେଇ ନୂତନ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ମାତ୍ର ତିନି ବର୍ଷର ଶିଶୁ ଦେହରେ ଏହି ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଶିଶୁଟି କେରଳର ହୋଇଥିବାବେଳେ ନିକଟରେ ଶିଶୁର ପରିବାର ନିକଟରେ ଇଟାଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଛି । ଶିଶୁଟିକୁ ଏର୍ଣ୍ଣାକୁଲମ୍ ମେଡିକାଲ୍ କଲେଜର ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ କେରଳରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

Related posts