ସ୍କୁଲ ପିଲାଙ୍କୁ ସାମୂହିକ ହୋଲି ଖେଳ ମନା

Published: Mar 9, 2020, 1:49 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସ୍କୁଲ ପିଲାଙ୍କୁ ହୋଲି ଖେଳିବାକୁ ବାରଣ କରିଛି ଗଣଶିକ୍ଷା ବିଭାଗ । ସାମୂହିକ ଭାବେ ହୋଲି ନ ଖେଳିବାକୁ ପରାମର୍ଶ ଦିଆଯାଇଛି । କରୋନାକୁ ନେଇ ସ୍କୁଲ ପିଲାଙ୍କୁ ଗଣଶିକ୍ଷା ବିଭାଗ ସତର୍କ ପରାମର୍ଶ ଦେଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇ ଏହା ସମ୍ପର୍କରେ କହିଛନ୍ତି । କରୋନା ଭାଇରସ୍‌ ଯୋଗୁଁ ଲୋକମାନେ ଏକାଠି ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଥିପାଇଁ ଏକାଠି ବା ସମବେତ ଭାବେ ରଙ୍ଗ ନ ଖେଳିବାକୁ ସ୍କୁଲ ପିଲାଙ୍କୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ପିଲାମାନେ ଏକାଠି ହୋଇ ରଙ୍ଗ ଖେଳ ନ ଖେଳନ୍ତୁ ବୋଲି କହିବା ସହିତ କରୋନା ସମ୍ପର୍କରେ ଖୁବଶୀଘ୍ର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Related posts