11 ରାଜ୍ୟସଭା ସଦସ୍ୟଙ୍କ ନାମ ଘୋଷଣା କଲା ବିଜେପି

Published: Mar 11, 2020, 6:24 pm IST

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟସଭା ନିମନ୍ତେ 11 ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ବିଜେପିରେ ସାମିଲ ହୋଇଥିବା କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶର ଅନ୍ୟତମ ବିଜେପି ପ୍ରାର୍ଥୀ ଭାବରେ ହର୍ଷ ସିଂହ ଚୌହ୍ବାନଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ବିହାରରୁ ବିବେକ ଠାକୁର, ଝାରଖଣ୍ଡରୁ ଦୀପକ ପ୍ରକାଶ, ଗୁଜରାତରୁ ରମିଲା ବେନ ବୋରା, ଅଜୟ ଭରଦ୍ବାଜ, ରାଜସ୍ଥାନର ରାଜେନ୍ଦ୍ର ଗେହଲଟ୍‌, ମହାରାଷ୍ଟ୍ରରୁ ଉଦୟନ୍‌ ରାଜ ଭୋଁସଲେ ଏବଂ ଆସାମରୁ ଭୁବନେଶ୍ବର କଲିତାଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ସହଯୋଗୀ ଦଳଙ୍କ ପାଇଁ ବିଜେପି ଦୁଇଟି ରାଜ୍ୟସଭା ଆସନ ଛାଡିଦେଇଛି । ମହାରାଷ୍ଟ୍ରରୁ ରାମଦାସ ଅଠାଓ୍ବଲେ ଏବଂ ଆସାମରୁ ବିପିଏଫ୍‌ର ବୃକ୍ଷଜିତ୍‌ ଡାମ୍‌ରୀଙ୍କୁ ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ଚୟନ କରାଯାଇଛି । (ଏଜେନ୍ସି)

Related posts