
ଛତିଶଗଡ : ଛତିଶଗଡରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଛତିଶଗଡର ବସ୍ତର ଜିଲ୍ଲାରେ ଶନିବାର ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯିବା କାରଣରୁ ତିନି ଜଣ ପୋଲିସ୍ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ରାସ୍ତା କାମ ଚାଲିଥିବା ବେଳେ ସୁରକ୍ଷା ପାଇଁ ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ପ୍ୟାଟ୍ରୋଲିଂ କରାଯାଇଥିଲା । ପ୍ୟାଟ୍ରୋଲିଂ ସମୟରେ ନକ୍ସଲଙ୍କ ପକ୍ଷରୁ ଅପରାହ୍ନ 3.30 ମିନିଟ୍ ସମୟରେ ଅଚାନକ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ପୋଲିସ୍ ଆଇଜି ପି ସୁନ୍ଦରରାଜ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଆହତ ସିଆରପିଏଫ୍ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
Tags: chhatishgarh, policemartyred