Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୈଶର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଭାରତୀୟ ବାୟୁସେନା  ଧ୍ୱଂସ କରିଛି: ବୈଦେଶିକ ମନ୍ତ୍ରାଳୟ
ଆଜିର ଖବର

ଜୈଶର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଭାରତୀୟ ବାୟୁସେନା  ଧ୍ୱଂସ କରିଛି: ବୈଦେଶିକ ମନ୍ତ୍ରାଳୟ

February 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
jem terrorist camp destroyed : foreign secretary
jem terrorist camp destroyed : foreign secretary

ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ କରି ଧ୍ୱଂସ କରିଛି। ସେନାର ଏହି ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ। ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବିଷୟରେ ଅବଗତ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରର ବାଲାକୋଟର ଥିବା  ଜୈଶ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛି ଭାରତ। ଏହି ଶିବିର ମୌଲାବୀ ୟୁସୁଫ ଅଝାର ନେତୃତ୍ୱରେ ପରିଚାଳିତ ହେଉଥିଲା। ସୁରକ୍ଷା ଦୃଷ୍ଟିରୁ ଭାରତରେ ବହୁବାର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜୈଶର ଶିବିର ଧ୍ୱଂସ କରିବାର ଆବଶ୍ୟକତା ଥିଲାବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୁଲୱାମା ଆକ୍ରମଣ ପରେ ଭାରତ ଉପରେ ଜୈଶ-ଏ ମହମ୍ମଦ (ଜେଇଏମ) ଆତଙ୍କବାଦୀ ସଂଗଠନ ପୁଣି ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଗୁଇନ୍ଦା ସୂଚନା ମିଳିଥିଲା । ତାହାରି ଆଧାରରେ ଜୈଶ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜୈଶ୍‌-ଏ-ମହମ୍ମଦର ବହୁ ସଂଖ୍ୟକ ଜେହାଦୀ, ପ୍ରଶିକ୍ଷକ,କମାଣ୍ଡର ଓ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଜୈଶ୍‌-ଏ-ମହମ୍ମଦର ଏଭଳି ପ୍ରଶିକ୍ଷଣ ଶିବିର ସଂପର୍କରେ ପାକିସ୍ତାନକୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ପୁଲଓ୍ଵାମା ଆକ୍ରମଣ ପରେ ମଧ୍ୟ ପାକିସ୍ତାନ ସେପରି କୌଣସି ପଦକ୍ଷେପ ନେଇନଥିଲା । ତେଣୁ  ଭାରତ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ବୈଦେଶିକ ସଚିବ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି କି ଏଥିରେ ସାଧାରଣ ନାଗରିକଙ୍କ ଧନଜୀବନ ପ୍ରତି କୌଣସି କ୍ଷତି ହୋଇନାହିଁ । ଏହା ଉପରେ ବାୟୁସେନା ସଚେତନ ରହିଥିଲେ ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026
Latest News

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.