Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ କରୋନା ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ବାତିଲ୍
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ କରୋନା ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ବାତିଲ୍

March 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀକୁ ବାତିଲ କରାଯାଇଛି। ଏଥିସହିତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ପରିକ୍ଷା ଗୁଡିକ ଯଥାରିତୀ ଅନୁଷ୍ଠିତ ହେବ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ସଂକ୍ରାନ୍ତୀୟ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଡିସପେନସାରୀ, ସବ୍ ସେଣ୍ଟରରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ମୁଖ୍ୟ ଚିକିତ୍ସାଳୟ ପରିସରରେ ଲାଗିଥିବା ଏଲ୍.ଇ.ଡି ଟିଭି ମାଧ୍ୟମରେ କରୋନା ସଂକ୍ରାନ୍ତୀୟ ସତର୍କ ସୂଚନା ପ୍ରଦର୍ଶନ କରାଯାଉଛି। ଚିକିତ୍ସା ଅଧିକାରୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନେ ପଂଚାୟତ ଓ ସାଧାରଣ ସ୍ଥାନରେ କରୋନା ସଂକ୍ରାନ୍ତୀୟ ସତର୍କ ସୂଚନା ଓ ପ୍ରତିଷେଧକ ବ୍ୟବସ୍ଥା ସଂମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି।

ବାହାର ଦେଶରୁ ଆସୁଥିବା ଲୋକମାନଙ୍କ ସଂମ୍ପର୍କରେ ସଠିକ୍ ବିବରଣୀ ଓ କେଉଁମାନଙ୍କ ସଂଷ୍ପର୍ଶରେ ଆସିଛନ୍ତି ସେ ସଂମ୍ପର୍କରେ ସଠିକ ତଥ୍ୟ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଛି। ପାରାଦ୍ୱୀପ ପୋର୍ଟରେ ବାହାରୁ ଆସୁଥିବା ଲୋକଙ୍କୁ ପୋର୍ଟ ହସପିଟାଲରେ ସ୍ର୍କିନିଂ କରାଯାଉଛି।ଯେଉଁମାନଙ୍କୁ ସଂନ୍ଦେହ କରାଯାଉଛି ସେମାନଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଯାଉଛି।

ଏପରିକି ମେଳା,ମହୋତ୍ସବ, ଜନସମାବେଶ ଇତ୍ୟାଦି ଉପରେ କଟକଣା ଜାରି କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି। ଏହାର ବ୍ୟତିକ୍ରମ ହେଲେ ଆଇନ୍ ଅନୂଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ନୀତି ନିୟମ ଆଦେଶନାମା ଜାରି କରିଛନ୍ତି। କୌଣସି ସାଂସ୍କୃତିକ ଦଳକୁ ରାଜ୍ୟ ଭିତରେ ଓ ବାହାରକୁ ପ୍ରେରଣ କରାଯିବ ନାହିଁ।

ଏଥିସହିତ ସାଧାରଣସଭା, ସେମିନାର, କର୍ମଶାଳା, କନଫରେନ୍ସ, ଜନତାସମାବେଶ, ମେଗାଇଭେଣ୍ଟ, ମେଳା, ସଚେତନତା ଅଭିଯାନ ଗୁଡିକୁ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥଗିତ ରଖାଯାଇଛି। ସଂସ୍କୃତି ବିଭାଗ ପାଠାଗାର ଓ ମଣ୍ଡପ ଗୁଡିକୁ ବନ୍ଦ ରଖାଯାଇଛି। ବାହାଘର ପ୍ରସେସନ୍ କୁ ବାରଣ କରାଯାଇଛି।ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରଶାସନିକ ଅନୁମତି ବିନା ଆୟୋଜନ କରାଯାଇ ପାରିବନାହିଁ। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ତିକ୍ଷ୍ଣ ଦୃଷ୍ଟି ରଖାଯାଇଛି।ଚଳିତମାସ ମାର୍ଚ୍ଚ ୧୭ ତାରିଖ ଦିନ ୧୨ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏସଂମ୍ପର୍କରେ ଏକ ବୈଠକ ଆୟୋଜନ କରାଯାଇଛି।

କରୋନା ଭୂତାଣୁ ସଂକ୍ରମଣ ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.