ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ

Published: Mar 16, 2020, 9:35 pm IST

ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର 46 ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ପକ୍ଷରୁ ରଞ୍ଜନ ଗୋଗୋଇଙ୍କୁ ସୋମବାର ଦିନ ମନୋନୀତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର 46 ତମ ମୁଖ୍ୟ ବିଚାରପତି ଗୋଗୋଇ 3 ଅକ୍ଟୋବର 2018ରେ ଦାୟିତ୍ବ ଗ୍ରହଣ କରିଥିବା ବେଳେ 17 ନଭେମ୍ବର 2019ରେ ନିଜ ପଦରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)

Related posts