ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ବିଳାସପୁର ଚିଡିଆଖାନାରୁ ନନ୍ଦନକାନନ ଆସିଛନ୍ତି 4ଟି ସିଂହ ଓ ଦୁଇଟି କୋକିଶିଆଳି। ଏହା ବଦଳରେ ଦୁଇଟି ଜଳହସ୍ତୀ ଦେବେ ନନ୍ଦନକାନନ କର୍ତ୍ତୃପକ୍ଷ। ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା 15କୁ ବୃଦ୍ଧି ପାଇଥିବାବେଳେ କୋକିଶିଆଳି ସଂଖ୍ୟା 4କୁ ବୃଦ୍ଧି ପାଇଛି।
ଅପରପକ୍ଷରେ ନନ୍ଦନକାନନରରେ 16 ବର୍ଷୀୟା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ହୋଇଛି । ବୟସାଧିକ ଏବଂ ଅସୁସ୍ଥ କାରଣରୁ ସୁରଜର ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । 2004 ମସିହାରେ ଭଞ୍ଜନଗରରୁ ଉଦ୍ଧାର ହୋଇଥିଲା ଏହି କଲରାପତରିଆ ବାଘ । ¾ ମାସ ହୋଇଥିବା ବେବଳେ ତାଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା । ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନରେ ଆଉ 5ଟି କଲରାପତରିଆ ବାଘ ରହିଛନ୍ତି ।
Tags: